ପରାମର୍ଶଦାତାଙ୍କ ସେବା ମାନବୀୟ ଭାବାବେଗରେ ପରିପୂର୍ଣ୍ଣ

ସୋନପୁର, (ପ୍ରଭୁଦତ୍ତ ରଥ) : ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ସେବା ମାନବୀୟ ଭାବାବେଗରେ ପରିପୂର୍ଣ୍ଣ ହେଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ସୋନପୁର ପଂଚାୟତ ନୋଡାଲ ହାଇସ୍କୁଲରେ ଉଦ୍‌ଯାପିତ ହୋଇଯାଇଥିବା ପଂଚ ଦିବସୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିରରେ ଉପସ୍ଥିତ ଥିବା ଗଣ୍ୟମାନ୍ୟ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜ ମୁଖ୍ୟ ଅତଥି ଭାବରେ ଯୋଗଦାନ କରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସି ତାଲିମ ଗ୍ରହଣ କରିଥିବା ୩୦ ଜଣ ପରାମର୍ଶଦାତା ମାନେ ଆଗାମୀ ଦିନରେ ଜୁନିଅର ରେଡକ୍ରସ ୟୁନିଟ ଖୋଲି ଛାତ୍ରଛାତ୍ରୀ ମାନଙ୍କୁ ସମଜସେବା ପ୍ରତି ଆଗ୍ରହ ବଢାଇବାରେ ପଦକ୍ଷେପନେବାକୁ ପରାମର୍ଶ ଦେଇଥିଲେ । ସୋନପୁର ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଉଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ରାଜେନ୍ଦ୍ର କୁମାର ମିଶ୍ର, ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ, ବରିଷ୍ଠ ସାଧନ କର୍ମି ସରୋଜ କାନ୍ତ ରଥ, ସଂପାଦକ ହିମାଂଶୁ ଶେଖର କର ପ୍ରମୁଖ ଶିବିରାର୍ଥି ମାନଙ୍କୁ ଉଦବୋଧନ ଦେଇଥିଲେ । ଶିବିରର ଦ୍ୱିତୀୟ ଦିବସରେ ସେକେଣ୍ଡାରି ଜଏ ଣ୍ଟ ଡାଇରେକଟର ମର୍କତ ରାଏ ଶିବିରାର୍ଥି ମାନଙ୍କୁ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମରେ ସ୍ୱେଚ୍ଛାକୃତ ଭାବରେ ଯୋଗଦାନ କରିବାକୁ ଆହ୍ୱାନ କରିଥିଲେ । ତୃତୀୟ ଦିବସରେ ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ଶିବିର ପରିଦର୍ଶନରେ ଆସି ନିଜର ଖୁସି ବ୍ୟକ୍ତ କରିଥିବା ସହିତ ମୁଣ୍ଡାଘାଟ ଗ୍ରାମରେ ଅବହେଳିତ ପରିବାରକୁ ମାସ୍କ, ସେନିଟାଇଜର ଏବଂ ହାଇଜିନ କିଟ ବଂଟନ କରିଥିଲେ । ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସ୍ୱାଗତ ଅଭିଭାଷଣ ଦେଇଥିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଧନକର୍ମି ଝସକେତନ ମେହେର, ଅନ୍ତରାମ ପାଢୀ, ସୁରେଶ ପଧାନ, ପ୍ରମୋଦ କୁମାର ପଣ୍ଡା,ଉମାକାନ୍ତ ନାଗ, ନେସେନାଲ ଟ୍ରେନର ଡ.ସତ୍ୟ ନାରାୟଣ ହୋତା ପ୍ରମୁଖ ପରାମର୍ଶଦାତାଙ୍କୁ ବକ୍ତବ୍ୟ ଦେଇ ଉତ୍ସାହିତ କରିଥିଲେ । ଶିବିରାର୍ଥିମାନେ ରିକୋଭରି ପୋଜିସନ, ବ୍ୟାଣ୍ଡେଜ, ଏବଂ ଶିବିରର ଅନୁଭୁତି ବର୍ଣ୍ଣନା କରିଥିଲେ । ଶିବିରରେ ଅଂଶଗ୍ରହଣ କରିଥିବା ୩୦ଜଣ ପରାମର୍ଶଦାତା ମାନଙ୍କୁ ଅତିଥିମାନେ ସାର୍ଟିଫିକେଟ, ସ୍କାର୍ଫ, ୱାଗଲ ଏବଂ ବ୍ୟାଜ୍‌ ପ୍ରଦାନ କରିଥିଲେ । ଶିବିରକୁ ଜେଆରସିଓ ରବିଚନ୍ଦ୍ର ପଶାୟତ ଓ ଭାଇସ ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର ପରିଚାଳନା କରିଥିଲେ । ସାଧନକର୍ମି ଚନ୍ଦ୍ରମଣି ବାଘ, ଅନୁପ୍ରିୟା ମିଶ୍ର, ଚନ୍ଦ୍ର ଶେଖର ମହାପାତ୍ର, ହୃଷିକେଶ ଡାଙ୍ଗ, ଶେଷଦେବ ଛତ୍ର, ଧର୍ମଶାଳ ହାଇସ୍କୁଲର ସମସ୍ତ ଶିିକ୍ଷକ ଏବଂ ଶିକ୍ଷାକର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ଧର୍ମଶଳା ହାଇସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ମେହେର ଅତିଥି ଏବଂ ଶିବିରାର୍ଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.