pr

ଭିଜିଲାନ୍ସ ଜାଲରେ ଏସ୍‌ଡିଜେ ପ୍ଲାନିଂ ମେମ୍ବର

dr. purohit

ସମ୍ବଲପୁର : ଏସ୍‌ଡିଜେ କେଲେଙ୍କରୀ ମାମଲାରେ ଗିରଫ ହୋଇଥିବା ପ୍ଲାନିଂ ମେମ୍ବର ବନ୍ଦିତା ମିଶ୍ର, କନିଷ୍ଠ କିରଣୀ ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଚଢ଼ାଉ । ପୂର୍ବରୁ ଜାଲ ଘର ନକ୍ସା ଦେବା ମାମଲାରେ ୨ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି । ଏହି ଚଢାଉରେ ୬ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍‌ଆଇ ଏବଂ ଅନ୍ୟାନ୍ୟ ଅଧିକାରୀ ସାମିଲ ଅଛନ୍ତି । ସ୍ପେଶାଲ ଜଜ୍‌ଙ୍କ ୱାରେଣ୍ଟ ବଳରେ ଏହି ଚଢାଉ ଚାଲିଛି । ତେବେ ଚଢାଉ ହେଉଥିବା ସ୍ଥାନ ମଧ୍ୟରେ ବନ୍ଦିତା ମହାପାତ୍ରଙ୍କ ଭୁବନେଶ୍ଵର ଗାଡକଣ ସ୍ଥିତ ଘର, ସୌଭାଗ୍ୟନଗର ସ୍ଥିତ ଘର, ହାଉସିଂବୋର୍ଡ କଲୋନୀ ସ୍ଥିତ ସମ୍ପର୍କୀୟଙ୍କ ଘର, ଖୁଣ୍ଟା ସ୍ଥିତ ପୈତୃକ ଘର, ସମ୍ଵଲପୁର ସ୍ଥିତ ଅଫିସ୍ ଚାମ୍ବର, ଏବଂ ଶ୍ଵଶୁର ଘରେ ରେଡ୍ ଚାଲିଛି । ସେହିଭଳି ଲକ୍ଷ୍ମୀ ନାରାୟଣ ସାମଲଙ୍କ ବୁର୍ଲା ପୁରୁଣା ଏସ୍‌ବିଆଇ ପାର୍କ ସ୍ଥିତ କ୍ଵାର୍ଟର, କଣ୍ଟାପଲ୍ଲୀ ମୌଜାରେ ନିର୍ମାଣାଧିନ ଘର, ଏସ୍‌ଡିଏ ସ୍ଥିତ ଅଫିସ ଚାମ୍ଵରରେ ରେଡ୍ ଚାଲିଛି ।

nrusinghnath
Leave A Reply

Your email address will not be published.