om academy

ଗଳିକନ୍ଦିରେ ବେଶ ସରଗମ ସଟ୍ଟା ବଜାର : ଟଙ୍କାଏରେ ନବେ ଟଙ୍କା ଆଶା ଦେଖାଇ ଗଦି ମାଲେମାଲ, ଯୁବପିଢି କଙ୍ଗାଲ୍

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଟଙ୍କାକରେ ନବେ ଟଙ୍କାର ମୋହ ଦେଖାଇ ଲୋକଙ୍କୁ ପାଗଳ କରିଛି ବେଆଇନ ସଟ୍ଟା ଖେଳ । ପିଲା, ବୁଢା, ଟୋକା, ସ୍କୁଲ, କଲେଜ ଛାତ୍ର ସହ ମହିଳା ପର୍ୟ୍ୟନ୍ତ ଏହି ସଟ୍ଟାର ମୋହରେ ପଡିଛନ୍ତି । ଦିନ ତମାମ ବିଭିନ୍ନ ପଡ଼ାରେ କିଛି ଟୋକାଙ୍କୁ ନେଇ ସଟ୍ଟାପଟି ଲେଖାଯିବା ସହ ଓପନ, କ୍ଲୋଜ, ଯୋଡି ଆଦି ନାମରେ ଖେଳ ସକାଳରୁ ଆରମ୍ଭ ହୋଇ ରାତିି ପର୍ୟ୍ୟନ୍ତ ଚାଲୁଛିି । ଏଭଳି ପରିସ୍ଥିତିରେ କିଛି ଲୋକ ନିଜ ଉପାର୍ଜିତ ଅର୍ଥର ସିଂହଭାଗ ସଟ୍ଟା ଖେଳରେ ଲଗାଇ ଦେଉଥିବା ବେଳେ ଗଦିବାଲା ମାଲେମାଲ୍‌ ଓ ସାଧାରଣ ଲୋକେ କାଙ୍ଗାଲ୍‌ ପାଲଟୁଛନ୍ତି । ମହାମାରୀ କରୋନା ସମୟରେ ବିଭିନ୍ନ ପରିବାର ମଧ୍ୟରେ ଏହି ସଟ୍ଟାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ବର୍ଷ ଧରି ଏହି ବେଆଇନ କାରବାର ଚାଲୁଥିବା ବେଳେ କରୋନା ମହାମାରୀ ସମୟରେ ମଧ୍ୟ ଗାଁଗୁଡ଼ିକର ଗଳିକନ୍ଦି ପଡାମାନଙ୍କରେ ସଟ୍ଟା ପାଇଁ ଅର୍ଥ ଆଦାୟ କରାଯାଉଛି । ହେଲେ ପୁଲିସ ଦର୍ଶକ ସାଜି ଉପଭୋଗ କରୁଛି ସଟ୍ଟା ଖେଳକୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏପରିକି ଦେଓଗାଁ ସହ ବ୍ଲକର ବିଭିନ୍ନ ଗାଁରେ ପାନ ଦୋକାନରୁ ନେଇ କିରାନା ଦୋକାନ ସହ ବିଭିନ୍ନ ଦୋକାନ ଆଳରେ ଚାଲିଛି ସଟ୍ଟା କାରବାର । ପୂର୍ବରୁ ସଟ୍ଟା ଖେଳରେ ଟଙ୍କା ଲଗାଇ ଶତାଧିକ ଲୋକେ ସର୍ବସ୍ୱାନ୍ତ ହୋଇ ପଡିଥିବା ବେଳେ ମାନସିକ ଭାରସାମ୍ୟ ହରାଇବା ଭଳି ପରିସ୍ଥିତିର ସାମ୍ନା କରୁଛନ୍ତି । ତେବେ ଦେଓଗାଁ ଅଞ୍ଚଳରେ କରୋନାର ଏହି ଘଡିସନ୍ଧି ପରିସ୍ଥିତିରେ ଦିନ ଦ୍ୱିପ୍ରହରରେ ସଟ୍ଟା ମାଫିଆମାନେ ପଡାକୁ ପଡା ବୁଲି ଦୈନିକ ହଜାର ହଜାର ଟଙ୍କାର ସଟ୍ଟା କାରବାର କରୁଥିବାର ଦେଖାଯାଉଛି । ଏହି ସଟ୍ଟା ଖେଳ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରୋକ ଲଗାଇବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Leave A Reply

Your email address will not be published.