p purohi

ଜାତୀୟ କ୍ରୀଡା ଦିବସ ପାଳିତ : ଖେଲୋ ଇଣ୍ଡିଆ ଖୋଖୋରେ ବ୍ରୋଞ୍ଜ ପଦକ ବିଜେତା ସସ୍ମିତା ପାତ୍ର ସମ୍ବର୍ଦ୍ଧିତ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡା ଦିବସ ୨୦୨୦ ଅବସରରେ ଓଡିଶା କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭର୍ଚ୍ୟୁଆଲ ସମ୍ମିଳନୀ ମାଧ୍ୟମରେ ଖେଲୋ ଇଣ୍ଡିଆ ଖୋଖୋ ବ୍ରୋଞ୍ଜ ପଦକ ବିଜେତା ସସ୍ମିତା ପାତ୍ରଙ୍କୁ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଜାନୁୟାରୀ ୧୦ରୁ ୨୨ ତାରିଖ ଆସାମ ଗୋହାଟିଠାରେ ଅନୁଷ୍ଠିତ ହୋଇଥିବା ଖେଲୋ ଇଣ୍ଡିଆ ୟୁଥ୍‌ ୨୦୧୯-୨୦ ଖୋଖୋ ବାଳିକା ୨୧ ବର୍ଷରୁ କମ୍‌ ବିଭାଗରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରରୁ ପ୍ରତିନିଧିତ୍ୱ କରି ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ । ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଦ୍ୱାରା ନଗଦ ୭୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଯାଇଥିଲା । ଏହି ସମ୍ମିଲନୀରେ ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେ଼ଇ, କ୍ରୀଡାସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ, ଆନ୍ତର୍ଜାତିକ କ୍ରୀଡାବିତ ଆନନ୍ଦିନୀ ଦର୍ଜୀ, ଆନ୍ତର୍ଜାତିକ ମହିଳା କ୍ରିକେଟ ଖେଳାଳୀ ମାଧୁରୀ ମେହେଟ୍ଟା, ଶାରୀରିକ ଶିକ୍ଷା ନିରିକ୍ଷକ ଜ୍ୟୋତି ପ୍ରସାଦ ପରିଡା, ଖୋଖୋ ପ୍ରଶିକ୍ଷକ ପଦ୍ମଚରଣ ଦାସ, ଶରୀରିକ ଶିକ୍ଷା ଶିକ୍ଷକ ହେମନ୍ତ ପ୍ରଧାନ, ଫୁଟବଲ ପ୍ରଶିକ୍ଷକ ପରାସର ବାଗ, ବରିଷ୍ଠ ଖେଳାଳୀ ପ୍ରଫୁଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.