ommm
jittmm

ଝାରସୁଗୁଡା ସାରସମାଲ ଛକରେ ଉତ୍ତେଜନା : ଦୁର୍ଘଟଣା ପରେ ଗାଡି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଝାରସୁଗୁଡା : ଝାରସୁଗୁଡା ସମ୍ବଲପୁର ରାସ୍ତା ସାରସମାଲ ଛକରେ ଉତ୍ତେଜନା । ପିକଅପ୍‌ ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ପରେ ଗାଡି ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ପୋଲିସ ନେଉଥିବାବେଳେ ସ୍ଥାନୀୟ ଲୋକେ ଟାଣି ନେବାକୁ ଉଦ୍ୟମ କରିଛନ୍ତି । ଉତ୍ତେଜନା ସହ ରାସ୍ତା ଅବରୋଧ ହୋଇଥିଲା । ରାସ୍ତାରୋକ ଯୋଗୁ ରାସ୍ତାର ଉଭୟ ପାଶ୍ୱରେ ଅଟକି ରହିଛି ଶହ ଶହ ଗାଡି । ପରିସ୍ଥିତି ଉପରେ ନଜର ରଖିଛି ପୋଲିସ । ଗୁରୁବାର ସକାଳୁ ସକାଳୁ ଦୁର୍ଘଟଣା ହୋଇଥିଲା । ପିକ୍‌ଅପ୍‌ ଗାଡି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ମୃତକ ହେଲେ ଅଜିତ ସିଂ । ଅନ୍ୟ ମୃତକଙ୍କ ପରିଚୟ ମିଳିପାରିନି ।

Leave A Reply

Your email address will not be published.