ppurohit

ଘରୁ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ, ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ

2nd

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମର ଜଣେ ଯୁବକଙ୍କୁ ଡାକି ନେଇ ମରଣାତ୍ମକ ଆକ୍ରମଣ କରିଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ସାବୁଳିଆ ଗ୍ରାମ ଶାନ୍ତିନଗର ସାହିର ଟୁନା ଦାସଙ୍କ ପୁଅ ଅଜିତ ଦାସ ଗତକାଲି ରାତିରେ ଘରେ ଏକୁଟିଆ ଥିବା ସମୟରେ ସେହି ସାହିର କିଛି ଯୁବକ ଅଜିତ ଦାସଙ୍କୁ ଡାକି ନେଇ ଘର ପାଖରେ ଥିବା ଏକ ଲାଟ୍ରିନ ନିକଟରେ ଅଜିତଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ । ଅଜିତ ଚିତ୍କାର କରିବାରୁ ତାଙ୍କ ସ୍ତ୍ରୀ ଓ ବଡ଼ ଭାଉଜ ପାଖକୁ ଦୌଡ଼ି ଆସିଥିଲେ । ସେତେବେଳେ ଅଜିତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ ଜ୍ଝପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏ ନେଇ ଅଜିତଙ୍କ ବାପା ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଭିତ୍ତି କରି ପୋଲିସ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.