
ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଶିଳ୍ପୀ ସମାଜର ମାସିକ ସଂଗୀତ ସଂଧ୍ୟା ଶୃଙ୍ଖଳାରେ ଏହି ମାସର ସଂଗୀତ ସନ୍ଧ୍ୟା ସଭାପତି ଶରତ ଧଳଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ସାରନା ନବ ଯୁବକ ସଂଘର ସଭାପତି ତଥା ସଂଗୀତ ଶିଳ୍ପୀ ସୁଶୀଲ କମାର ଲାକ୍ରା ଓ ପ୍ରତିଷ୍ଠିତ ନାଟ୍ୟ ନିର୍ଦ୍ଦେଶକ ପ୍ରଦୀପ କୁମାର ପଣ୍ଡା ନିମନ୍ତ୍ରିତ ଦର୍ଶକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ସଂଧ୍ୟାଟିକୁ ଉଦଘାଟନ କରିଥିଲେ । ଉପସଭାପତି ଅଜୟ କୁମାର ପାଣି, ଗୁରୁ ମନବୋଧ ମିଶ୍ର, ଅର୍ଥ ସମ୍ପାଦକ ଅମର କୁମାର ନାୟକ ପୁଷ୍ପଗୁଛ ପ୍ରଦାନ କରି ସମସ୍ତ କଳାକାର ମାନଙ୍କୁ ସ୍ୱାଗତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁ ଗଜେନ୍ଦ୍ର ମୁର୍ମୁ ଓ ସାଥିମାନେ ଲୋକ ସଂଗୀତ ଓ ନୃତ୍ୟ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ । ଚାରୁ ବାସ୍କୋ, ଭଗବାନ ମୁର୍ମୁ, ରାମଚନ୍ଦ୍ର ମୁର୍ମୁ, ଭାବୁ ମାରାଣ୍ଡି, ମିନତୀ ମାରାଣ୍ଡି, ସୁଷମା ମୁର୍ମୁ, ଜୟନ୍ତୀ ମୁର୍ମୁ, ଦେବରାଜ ମୁର୍ମୁ, ରଶ୍ମିତା ମହାରଣା, ନମିତା ନାୟକ ପ୍ରମୁଖ ଦର୍ଶକ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁ ଗୌରାଙ୍ଗ ମଲ୍ଲିକ କାର୍ଯକ୍ରମରେ ସହଯୋଗ କରିଥିଲେ । ଶେଷରେ ଗୁରୁ ଅମର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।