ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାସ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆର୍‌ସିସି ଅମରେନ୍ଦ୍ର କୁମାର ବାଗ, ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରିଆ, ଶିକ୍ଷକ କିଶୋର ବରିହା ଓ ଶିକ୍ଷୟିତ୍ରୀ ଦେବକୀ ତାଣ୍ଡି ଯୋଗ ଦେଇଥିଲେ । ଶ୍ରୀ ଦାଶ ସର୍ବ ପ୍ରଥମେ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ତା’ପରେ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ଭଲ ପାଠପଢି ବିଦ୍ୟାଳୟର ତଥା ବାପା ମାଆଙ୍କ ସୁନାମ ରଖିବାକୁ ଉପଦେଶ ଦେଇଥିଲେ । ବିଦାୟ ଛାତ୍ରଛାତ୍ରୀମାନଙ୍କୁ ଗଳ୍ପ ପୁସ୍ତକ ଓ କଲମ ପ୍ରଦାନ କରାଯାଇଥିଲା । ତା’ପରେ ସମସ୍ତ ଛାତ୍ରଛାତ୍ରୀ ସୁସ୍ବାଦୁ ଭୋଜନ କରି ସାରିବା ପରେ ଘରକୁ ଯାଇଥିଲେ । ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ସଭ୍ୟା ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.