om academy

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟ ସମ୍ୱର୍ଦ୍ଧନା

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଡ. ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ଵରେ ଏକ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ଼. ନାୟକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରି ପଦାର୍ଥ ବିଜ୍ଞାନର ଲେବ୍ ଆଟେଣ୍ଡେଣ୍ଟ ମୀନକେତନ ସାହୁଙ୍କୁ ମହାବିଦ୍ୟାଳୟର କାର୍ଯ୍ୟଭାରରୁ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଶ୍ରୀ ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ମଙ୍ଗଳ କାମନା କରିଥିଲେ । ଏହା ପରେ ଶ୍ରୀ ସାହୁ ମହାବିଦ୍ୟାଳୟରେ ନିଜର ଅଭିଜ୍ଞତା ବିଷୟରେ କହିଥିଲେ । ଏହି ସଭାକୁ ଶିକ୍ଷକ କର୍ମଚାରୀ ସଂଘର ସଭାପତି ପ୍ରମୋଦ କୁମାର ତ୍ରିପାଠୀ ପରିଚାଳନା କରିଥିଲେ । ପରିଶେଷରେ ଶିକ୍ଷକ କର୍ମଚାରୀ ସଂଘର ଉପସଭାପତି ପ୍ରଶାନ୍ତ ସିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ସହ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.