oum

ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ ୱାନ୍‍ ଗ୍ରେଡରେ ସଫଳତା ଅର୍ଜନ କରିଥିବା ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

jsm

ଗୁରୁଡ଼ିଝାଟିଆ : ମାଟ୍ରିକ ପରୀକ୍ଷାରେ ଏ ୱାନ୍‍ ଗ୍ରେଡରେ ସଫଳତା ଅର୍ଜନ କରି ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଥିବା ଗୁରୁଡ଼ିଝାଟିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନନ୍ୟା ମିଶ୍ରଙ୍କୁ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଅନନ୍ୟାଙ୍କ ଘରେ ପହଞ୍ଚି ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓରନ୍ଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତଙ୍କ ସହିତ ଅନନ୍ୟାର ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.