oom

ଆଦର୍ଶ ଶିକ୍ଷକ ବାସୁଦେବ ମୁଗ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଖଲିଆପାଲି ପଞ୍ଚାୟତ ଖଲିଆପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମୁଗ୍ରୀଙ୍କୁ ଗତକାଲି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷକ ସଂଗଠନର ସଂପାଦକ ପ୍ରଦୀପ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ବ୍ଲକ ବିଇଓ ଲୋକନାଥ ସୁନା, ସମ୍ମାନୀତ ଅତିଥି ଭାବେ ସଇଁନ୍ତଲା ବ୍ଲକ ବିଇଓ ଗୋବର୍ଦ୍ଧନ ଭୋଇ, ବଲାଙ୍ଗିର ବ୍ଲକ ଏବିଇଓ କୈଳାଶ କୁମ୍ଭାର ଉପସ୍ଥିତ ଥିଲେ । ଶ୍ରୀ ମୁଗ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଅନେକ ବ୍ଲକର ଶିକ୍ଷକମାନେ ଯୋଗ ଦେଇଥିଲେ । ସମସ୍ତ ଅତିଥି ବାସୁଦେବ ମୁଗ୍ରୀଙ୍କ କାର୍ଯ୍ୟକାଳ ଉପରେ ଆଲୋକପାତ କରିଥିଲେ । ଦଳିତ ଶିକ୍ଷକ ସଂଘର ସଭାପତି ଶିକ୍ଷକମାନଙ୍କର ଏକତା ଓ ଅନେକ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ । ସଭାକାର୍ଯ୍ୟକୁ ସୂର୍ଯ୍ୟମଣି ସୁନା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.