jayashree

ସାମାଜିକ ଅନୁଷ୍ଠାନ ‘ଆମ ପରିବାର ଅତାବିରା’ ପକ୍ଷରୁ ସମଲପୁରୀ ଦିନ୍ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ଗତବର୍ଷ ଭଳି ଚଳିତ ବର୍ଷ ବରଗଡ଼ ଜିଲ୍ଲା ଅତାବିରାର ନବ ଗଠିତ ସାମାଜିକ ଅନୁଷ୍ଠାନ “ଆମ ପରିବାର, ଅତାବିରା” ତରଫରୁ ଅଗଷ୍ଟ ୧ ତାରିଖ ସମଲପୁରୀ ଦିନ୍‌ ଦ୍ୱିତୀୟ ବର୍ଷରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ସ୍ଥାନୀୟ ଅଗ୍ରସେନ ଭବନଠାରେ ଅନୁଷ୍ଠିତ ସମଲପୁରୀ ଦିନ୍‌ରେ “ଆମ ପରିବାର, ଅତାବିରା” ସାମାଜିକ ଅନୁଷ୍ଠାନର ସଭାପତି ତଥା ମୁଖ୍ୟ ସାମ୍ବାଦିକ ନବୀନ ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ, ସମ୍ମାନିତ ଅତିଥି ଭାବେ ମହାରାଜ ରାବଣ ସୁଶୀଲ ମେହେର, ବରଗଡ଼ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ପଣ୍ଡା, ପ୍ରଖ୍ୟାତ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ, ବାଦ୍ୟକାର ଚୁଡ଼ାମଣି ପଶାୟତ, ଜଣାଶୁଣା ସମାଜସେବୀ ଭୀମସାର୍ ବୁର୍ଲାର ଏସିଷ୍ଟାଣ୍ଟା ପ୍ରଫେସର ଡ଼କ୍ଟର ଶଙ୍କର ରାମଚନ୍ଦାନି, ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ପ୍ରମୁଖ ଯୋଗ ଦେଇଥିଲେ । ସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଏବଂ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ତୈଳ ଫଟୋଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସମଲପୁରୀ ଦିନ୍ ୁତ୍ସବ ଆରମ୍ଭ ହୋଇଥିଲା ।ଗବେଷକ ଲୋକ ସାହିତ୍ୟ ଲେଖକ ଲରମ୍ଭା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡକ୍ଟର ଅଜିତ ନାଥଙ୍କ ପରିଚାଳନା କ୍ରମେ ବରଗଡ଼ ଜିଲ୍ଲା ସଂସ୍କୃତି ବିଭାଗର ଉପ ସଭାପତି ଅମୃତ ବାରିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଗାଇସିଲେଟ ବ୍ଲକରୁ, କରମସାନି ଦଳ ଲରମ୍ଭା, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ଥିଲେ ନାଟ୍ୟକାର ମନୋଜ ଭୋଇ, ଶଙ୍କର ବାରିକ, ଅବସରପ୍ରାପ୍ତ ଶିକ୍ଷକ କୈଳାସ ମହାରଣା,
ଜଣାଶୁଣା କବୟତ୍ରୀ ମମତା ସୁଶାରୀ, ସମାଜ ସେବୀକା ବୀଣାପାଣି ପଣ୍ଡା, ଅରୁଣା ମହାପାତ୍ର, ବ୍ଲଡ଼ ଡୋନର ରୀନା କମ୍ପ, ଟିଟୁ ଗାମିନା, ପବିତ୍ର ମେହେର, ଯୁବ କବି ଦୁର୍ଲ୍ଲଭ ଗଡ଼ତିଆଙ୍କ ସକ୍ରିୟ ସହଯୋଗ ରହିଥିଲା । ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗ କବିତା ମାଧ୍ୟମରେ ଦର୍ଶକମାନଙ୍କୁ ବିଭୋର କରିଦେଇଥିବା ବେଳେ ମହାରାଜ ରାବଣ ଅଭିନେତା ସୁଶୀଲ ମେହେର ତାଙ୍କ ଅଭିଭାଷଣରେ ଏବଂ ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ସହ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ ବାଦ୍ୟକାର ଚୁଡ଼ାମଣି ପଶାୟତ ସମ୍ବଲପୁରୀ ଦିନ୍ ଉଚ୍ଛବ ପାଳନକୁ ପ୍ରସଂଶା କରିବା ସହ ସମଲପୁରୀ ଦିନରେ ସତ୍ୟନାରାୟଣ ବହିଦାର ଏବଂ ଶ୍ରୀଧର ପ୍ରଧାନଙ୍କର ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରି ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରିଥିଲେ ।ସମଗ୍ର ବିଶ୍ଵରେ କିପରି ଏହି ସମ୍ବଲପୁରୀ ସଂସ୍କୃତିକୁ ପ୍ରଚାର ପ୍ରସାର କରାଯାଇ ପାରିବ ସେ ନେଇ ବିଭିନ୍ନ ପ୍ରକାରର ବିଭିନ୍ନ ସ୍ତରରେ ପ୍ରୟାସ କରାଯାଉଛି । ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହୋଇଥିଲା । ଏହି ଅବସରରେ ଅତାବିରା ବ୍ଲକ୍ ଅନ୍ଧାରିପାଲି ଗ୍ରାମର ଝିଅ ଓପିଏସି ପରୀକ୍ଷାରେ ରାଜ୍ୟରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ଶ୍ୱେତଲିନା ମହାଣାଙ୍କୁ ପୁଷ୍ପମାଲ୍ୟ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟ ଗୁରୁ ଭାଗବତ ପ୍ରଧାନ ବାଦ୍ୟକାର ଚୁଡ଼ାମଣି ପଶାୟତଙ୍କୁ ପଦ୍ମଶ୍ରୀ ସମ୍ମାନ ଯୋଗ୍ୟ ବିବେଚିତ କରି ତାଙ୍କୁ ଏହି ସମ୍ମାନ ମିଲୁ ବୋଲି ପଦ୍ମଶ୍ରୀ ଲୋକ କବିରତ୍ନ ଡକ୍ଟର ହଳଧର ନାଗଙ୍କୁ ଅମୃତ ବାରିକ ଅନୁରୋଧ କରିଥିଲେ । ନୃତ୍ୟ ସଙ୍ଗୀତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଚଳିତ ବର୍ଷ ବିଶେଷ ଆକର୍ଷଣ ରୂପେ” ସମ୍ବଲପୁରୀ ନୁନି ଓ ପିଠାପଣାର ସମ୍ଭାର “ସମଲପୁରୀ ବଜାର”କୁ ରଖାଯାଇଥିଲା। “ସମଲପୁରୀ ନୁନି”ରେ ଭାଗ ନେଇଥିଲେ ପଞ୍ଚମ ଶ୍ରେଣୀରୁ ଅଧିକ ବୟସର ଅତାବିରା ଏନ୍‌ଏସିର ସମସ୍ତ ସରକାରୀ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରୀମାନେ । ପ୍ରଥମ, ଦ୍ୱିତୀୟ, ତୃତୀୟ ଭାବରେ ଜୁନିୟର ଏବଂ ସିନିୟର ଦଲରୁ ଛଅ ଜଣ ଛାତ୍ରୀ ପ୍ରମୁଖଙ୍କୁ ମାନପତ୍ର, ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ବ୍ଲକରୁ ବିଭିନ୍ନ ଏସ୍‌ଏଚ୍‌ଜି ଦଳ ଯୋଗଦେଇ “ସମ୍ବଲପୁରୀ ବଜାର” ପିଠାପଣା ଖାଦ୍ୟ ସାମଗ୍ରୀ ଓ ହାତ ତିଆରି ଜିନିଷର ପ୍ରଦର୍ଶନ କରିଥିଲେ । ସମ୍ବଲପୁରୀ ଦିନ୍ ଉଚ୍ଛବରେ ସ୍ଥାନୀୟ ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମରେ ହୋଇଥିଲା । ପରିଶେଷରେ ନାଟ୍ୟକାର ମନୋଜ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.