oom

ଛତ୍ରପୁର ବ୍ଲକ୍ ବଣବୁଲାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କ ଯାତ୍ରା ସମାହିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ (ସତ୍ୟମ) ନୃତ୍ୟ କଳାକେନ୍ଦ୍ର ଛତ୍ରପୁର ଆଇଆର୍‌ଇ ଜଙ୍କସନ୍‌ ପକ୍ଷରୁ ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷରେ ପବିତ୍ର ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ଠାରୁ ନୃସିଂହ ଠାକୁରଙ୍କ ଭଉଁରୀ ଖେଳ, ଚାପ ଖେଳ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇ ପବିତ୍ର ନୃସିଂହ ଚତୁର୍ଦଶୀ ଦିବସରେ ଠାକୁରଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଆସିଛି । ନୃସିଂହଠାକୁରଙ୍କ ପରମ ବୈଷ୍ଣବ ଭକ୍ତଙ୍କ ଦ୍ୱାରା ଆୟୋଜିତ ଏହି ଲୀଳାରସର ଆଧ୍ୟାତ୍ମିକ ପାର୍ବଣ ଖୁବ୍‌ ନିଆରା ଅଟେ । ଏହି ଯାତ୍ରା ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲୁରହିବ । ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ, କାମିନୀ ଦେବୀଙ୍କ ବୈଧାନିକ ଦେବତା କାର୍ଯ୍ୟ ଅନେକ ମାନସିକଧାରୀଙ୍କ ଘରେ ମଧ୍ୟ ଏହି ଯାତ୍ରା ସମ୍ପନ୍ନ ହୋଇଆସୁଅଛି । ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଣବୁଲାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ଠାକୁରଙ୍କ ଯାତ୍ରା ବର୍ଣ୍ଣାଢ଼୍ୟ ଉତ୍ସବରେ ଠାକୁରଙ୍କ ଯାତ୍ରା ସମାହିତ ହୋଇଯାଇଛି । ଅଗ୍ନି ମଶାଲ ଧରି କୋହଲା ନୃତ୍ୟରେ ଦାସୁଡୁ ଓ ଭକ୍ତମାନେ ନୃସିଂହ ଠାକୁରଙ୍କ ପ୍ରତି ଭକ୍ତିଭାବାପନ୍ନରେ ଆବଦ୍ଧ ହୋଇ ଆନନ୍ଦରେ ନାଚି ଉଠିଥିଲେ । ଠାକୁରଙ୍କ ହରିନାମ ସଂକୀର୍ତ୍ତନ ଓ ଭକ୍ତିବାଦର ବୈଦିକ ଧର୍ମର ଉଦଣ୍ଡନୃତ୍ୟରେ ସରଗରମ ହୋଇ ଆଖପାଖ ଅଞ୍ଚଳକୁ ସରଗରମ କରି ଗଢ଼ି ତୋଳିଥିଲା । ବଡ଼ଦାସୁଡୁ ଆର.ସତ୍ୟମ ରେଡ୍ଡୀ ନୃସିଂହ ଠାକୁରଙ୍କ ଏହି ପୂଜା ସମ୍ଭାରରେ ପୌରାହିତ୍ୟ କରିଥିଲେ । ଏହି ପୂଜା ସମ୍ଭାର ନିଷ୍ଠାର ସହ ପାଳନ କଲେ ଘର ଓ କୁଟୁମ୍ବରେ ଅନେକ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

jittmm
Leave A Reply

Your email address will not be published.