ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ମହାନଗର ଅନ୍ତର୍ଗତ ମାଧବ ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ମୁଖ୍ୟବକ୍ତା ଭାବେ ନିରୁପମା ପତି ଯୋଗଦେଇ ଆଲୋଚ୍ୟ ବିଷୟ ‘ରାଷ୍ଟ୍ର ନିର୍ମାଣରେ ନାରୀମାନଙ୍କ ଭୂମିକା’ ସମ୍ପର୍କରେ ଆଲୋଚନା କରିଥିଲେ । ନାରୀମାନଙ୍କର ସମାଜ ଗଠନରେ ଭୂମିକା, ରାଜନୀତି, ଶିକ୍ଷା, ସେବା ଓ ଆବଶ୍ୟକ ସ୍ଥଳେ ନେତୃତ୍ୱ ନେଇ ସମାଜକୁ ଦିଗଦର୍ଶନ ଦେଇଥିବା ବିଭିନ୍ନ ନାରୀ ଚରିତ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ତ୍ରିଲୋଚନ ସ୍ୱାଇଁ ଅତିଥି ପରିଚୟ ସହ ମଞ୍ଚ ସଂଯୋଜନା ଓ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପରିଷଦର ସିଧାରଣ ସମ୍ପାଦିକା ଡ. ସୁଷମା ମୋଦୀ ସଭାପତିତ୍ୱରେ ସଂଗୀତ ଓ କବିତା ପାଠ କାର୍ଯ୍ୟକ୍ରମ କରାଯାଇଥିଲା । କବିତାଗୁଡ଼ିକୁ ବିଭୁ ନାୟକ ଓ ଶ୍ରେୟସୀ ସାହୁ ସଂଯୋଜନା କରିଥିଲେ । ଏଥିରେ ସର୍ବଶ୍ରୀ ତାରିଣୀ ଚରଣ ସାହୁ, ବିରଞ୍ଚି ବାରିକ, ସୌମ୍ୟରଞ୍ଜନ କର, ପ୍ରତାପରୁଦ୍ର ତ୍ରିପାଠୀ, ଶ୍ରୀଧର ସୁନା, କୁଞ୍ଜବିହାରୀ ରାଉତ, ସଂଜୀବ କୁମାର ଭୋଇ, ପ୍ରକାଶ ଚନ୍ଦ୍ର ସେଠୀ, ଅଳକା ମହାନ୍ତି, ପ୍ରଦୀପ କୁମାର ପଣ୍ଡା, ପ୍ରତାପ କୁମାର ପଣ୍ଡା, ସତ୍ୟନାରାୟଣ ଦାଶ, ଶ୍ବେତ କୁମାର ବେହେରା, ବିନାୟକ କର ପ୍ରମୁଖ କବିତା ଓ ସଂଗୀତ ଗାନ କରିଥିଲେ । ହାରମନିୟମରେ ଦିଲ୍ଲୀପ ପତି ଓ ତାବଲାରେ ବିଶ୍ୱନାଥ ପଟ୍ଟନାୟକ ଏବଂ ବିଶ୍ୱରଂଜନ ବାରିକ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାନଗର ସଂଯୋଜକ କରୁଣାକର ପାଟ୍ଟଶାଣୀ, ଧରିତ୍ରୀ ପାଇକରାୟ, ରାଜେଶ୍ୱରୀ ମହାପାତ୍ର, ଅନୁପ ଏକ୍କା, ଜ୍ଞାନରଞ୍ଜନ ତ୍ରିପାଠୀ, ବେଣୁଧର ବାରିକ, ଶକୁନ୍ତଳା ବାରିକ, ହଜାରୀ ବେହେରା, ସସ୍ମିତା ବେହେରା, କାଶୀନାଥ ନନ୍ଦୀ, ଜଗନ୍ନାଥ ରାଉତ, ସୋନିଆ ବୁଡ଼, ପ୍ରୀତି ସିଂ, ବର୍ଣ୍ଣାଳୀ ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡ. ସୁଶାନ୍ତ କୁମାର କିଷାନ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post