ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣଙ୍କ ଅବଦାନ ଅତୁଳନୀୟ : ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍‌ଏସ୍‌) : ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ତାଙ୍କ ସ୍ନେହ, ଆଦର ଓ କର୍ତ୍ତବ୍ୟନିଷ୍ଠା ଗୁଣ ପାଇଁ ସେ ଯୁଗ ଯୁଗ ଧରି ଅମର ରହିବେ ବୋଲି କହି ସେ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସାରା ଜୀବନ ସାମ୍ବାଦିକତା କରି ସାମ୍ବାଦିକ ଜଗତ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ସାଜିଥିବା ସ୍ୱର୍ଗତ ସାମ୍ବାଦିକ ଶ୍ରୀ ବେହେରାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ ଏବଂ ତାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ । ଆଜି ତାଙ୍କୁ ହରାଇ କେବଳ ବଲାଙ୍ଗିର ଜିଲ୍ଲା ନୁହେଁ, ସାରା ଓଡ଼ିଶା ବିଶେଷ କିଛି ହରାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.