ସଇତାନ ପାଲଟିଲା ସର୍ଦ୍ଦାର : ଦୁଇ ଜଣ ନାବାଳକଙ୍କୁ ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କଲା

ସଇଁନ୍ତଳା, (ଅଜିତ କୁମାର ସାହୁ) : ଦେହ ଖରାପ ହେବାକୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ୟାତନା ପାଇବା ବଲାଙ୍ଗିର ଶ୍ରମିକ ମାନଙ୍କ ପାଇଁ ସାଧାରଣ କଥା ହୋଇ ସାରିଛି। ପ୍ରତିଦିନ ସାମ୍ନାକୁ ଆସୁଛି ଦାରିଦ୍ର୍ୟର କରୁଣ କାହାଣୀ । କେତେବେଳେ ଇଟାଭାଟିରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ଶୋଷଣ ତ ଆଉ କେତେବେଳେ କାମ ପାଇଁ ମରଣାନ୍ତକ ଆକ୍ରମଣର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି । ଏବେ ଏବେ ସାମ୍ନାକୁ ଆସିଛି ଆନ୍ଧ୍ରା ଇଟାଭାଟିର ଏକ ଭିଡିଓ । ଯାହା ଦେଖିଲେ ଯେକେହି ବି କହିବ – ସୈତାନ ଟିଏ ଦାଦନ ସଦ୍ଦାର୍ର ।  ମଧ୍ୟଯୁଗୀୟ ମାନସିକତାରେ ଦାଦନ ଶ୍ରମିକକୁ କ୍ରୀତଦାସ ଭଳି ବ୍ୟବହାର କରୁଛ‌ନ୍ତି ଏମାନେ । ଦାଦନ ସଦ୍ଦାର୍ର ନିର୍ଦ୍ଦୟ ଭାବେ ପ୍ରହାର କରୁଛି ଦୁଇ ଜଣ ନାବାଳକ ଶ୍ରମିକଙ୍କୁ । ଅଭଦ୍ର ଭାଷାରେ ଗାଲିଗୁଲଜ କରୁଛି । ଦେହ ସାରା ପ୍ରହାର କରି ଚାଲିଛି । ଜଣେ ନୁହେଁ, ଦୁଇଜଣ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ କରୁଛି । ଦୋଷ ଏତିକି, ଦେହ ଖରାପରୁ କିଛି ଦିନ ଏମାନେ କାମ କରି ପାରୁନଥିଲେ । ତେଣୁ ଇଟାଭାଟି ମାଲିକ କଣ୍ଟାବାଞ୍ଜିରୁ ଶ୍ରମିକ ପଠାଇଥିବା ସଦ୍ଦାର୍ରକୁ ଡକାଇଥିଲା । ବାସ୍‌ ହାଇଦ୍ରାବାଦରେ ମାଡ ମାରିବା ପାଇଁ ପହଞ୍ଚି ଯାଇଥିଲା ସଦ୍ଦାର୍ର । ଆଉ ତାପରେ ମଧ୍ୟଯୁଗୀୟ ଅତ୍ୟାଚାର । ସତେ ଯେମିତି ଏମାନେ ଶ୍ରମିକ ନୁହନ୍ତି, ସେମାନେ କ୍ରୀତଦାସ । ହାତ ଯୋଡିକି ହାରି ଗୁହାରି କଲେ ବି, ଶୁଣୁନି ସଦ୍ଦାର୍ର । ଜହ୍ଳାଦ ଭଳି ବ୍ୟବହାର କରୁଛି । ଦୁଇ ଜଣ ନାବାଳକଙ୍କୁ ମାଡ ମାରିବା ସହ ଅଭଦ୍ର ଭାଷାରେ ଗାଳି ଗୁଲଜ କରୁଛି ଦାଦନ ସର୍ଦ୍ଦାର । ଦୁଇ ନାବାଳକଙ୍କ ଭୁଲ ହେଉଛି, ଆନ୍ଧ୍ରପ୍ରଦେଶରେ ଇଟାଭାଟିରେ କାମ କରିବା ପାଇଁ ସେମାନେ ଯାଇଥିଲେ ମଧ୍ୟ ସେମାନଙ୍କ ଦେହ ଖରାପ ହୋଇଯାଇଥିଲା । ତେଣୁ ଇଟାଭାଟି ମାଲିକ ସର୍ଦ୍ଦାରକୁ ଡକାଇଥିଲେ । ସର୍ଦ୍ଦାର ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ଅକଥନୀୟ ନିର୍ୟାତନା ଦେଇଥିଲା ।  ମାଡ ମାରିଥିବା ସର୍ଦ୍ଦାର ଜଣଚ କଣ୍ଟାବାଞ୍ଚିର ରାଜା ଖାନ୍ ହୋଇଥିବା ବେଳେ ତାଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ନାବାଳକଙ୍କୁ ନିର୍ୟାତନା ପ୍ରସଙ୍ଗରେ ଦାଦନ ସର୍ଦ୍ଦାର କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । କିନ୍ତୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଜିଲ୍ଳା ଶିଶୁ ମଂଗଳ କମିଟିର ଅଧ୍ୟକ୍ଷ । ଘଟଣା ତଦନ୍ତ କରି ସଦ୍ଦାର୍ର ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଛନ୍ତି ଜିଲ୍ଳା ସିଡବ୍ଲୁସି ଅଧ୍ୟକ୍ଷ । ତେବେ ଏହା ପ୍ରଥମ ଘଟଣା ନୁହେଁ, କିଛି ଦିନ ତଳେ ହୋଲି ଦିନ ତେଲେଙ୍ଗାନା ରାଜ୍ୟ କରିମନଗର ଜିଲ୍ଳାର ଏକ ଇଟାଭାଟିରେ ଘଟିଥିଲା ଆଉ ଏକ ଅଭାବନୀୟ ଘଟଣା । ଇଟାଭାଟିରେ କାମ କରୁଥିବା ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସ୍ଥାନୀୟ ତିନି ଜଣ  ଡ୍ରାଇଭର ଘଣ୍ଟା ଘଣ୍ଟା ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ତେବେ ଘଟଣା ଅଞ୍ଚଳରେ ପ୍ରସାରିତ ହେବା ପରେ ମଧ୍ୟ ପୁଲିସ କୈ।ଣସି ମାମଲା ରୁଜୁ କରି ନଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.