ommm
jittmm

ଅଦିନିଆ ବର୍ଷା ଯୋଗୁଁ ପଥର୍ଲା ଗ୍ରାମର ଚାଷୀ ହତାଶ : ସରକାରଙ୍କୁ ସହାୟତା ପାଇଁ ନିବେଦନ କଲେ ଜିଲ୍ଲା ପରିଷଦ ସଞ୍ଜୟ ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମପଞ୍ଚାୟତର ପଥର୍ଲା ଗ୍ରାମର ଚାଷୀଙ୍କ ପାଇଁ ଅଦିନିଆ ଦୁଃଖ ଆସିଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭଲ ଫସଲ ଆଶାରେ ଚାଷ କରିଥିଲେ । ଧାନ ଠିକ ଆଦାୟ ହେବା ପୂର୍ବରୁ ଅଦିନିଆ ବର୍ଷା ଯୋଗୁଁ ବହୁତ ଚାଷୀଙ୍କ ଧାନ ଗଜା ହୋଇ ଖରାପ ହୋଇ ଯାଇଥିବାରୁ ଚାଷୀ ଏବେ ଚିନ୍ତାରେ । ପ୍ରଚୁର ପରିମାଣରେ ବର୍ଷା ହେବା ଯୋଗୁଁ ଧାନ ଗଛ ସବୁ ଢ଼ଳି ଯାଇଛି । ଏହି ଗ୍ରାମର ଖୀତୁ ରଣା, ଭରତ ରଣା, ମଳୟ ରଣା, ବାରିକ ରଣା, କ୍ଷୀରସିନ୍ଧୁ ରଣା, ନିରାକାର ରଣା, କୃଷ୍ଣ ମାଝୀ, ଦଶ ବଛା, ଗୋବିନ୍ଦ ରଣା ଓ ଅନ୍ୟ ଚାଷୀଙ୍କ ସମାନ ଦୁର୍ଦ୍ଦଶା । ଏବେ ଚାଷୀ ସରକାରଙ୍କ ସହାୟତା ଉପରେ ଆଶା କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ବେହେରା ସ୍ଥାନୀୟ ବିଧାୟକ, ଜିଲ୍ଲା ପ୍ରଶାସନ, ତଥା ରାଜ୍ୟ ସରକାରଙ୍କୁ ସହାୟତା ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.