tur
shyamlal

ସ୍ୱାମୀ ମୃତ୍ୟୁ ହେବାର ୭ ବର୍ଷ ପରେ ମଧ୍ୟ ମିଳୁନିି ସରକାରୀ ସହାୟତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ହସଖୁସିରେ ପରିବାର ଚଲୁଥିଲା । ଘରେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ରହୁଥିଲେ । ସ୍ୱାମୀ ସ୍ତ୍ରୀ କେନ୍ଦୁପତ୍ର ତୋଲି ଯାଇ ଘରକୁ ଫେରୁଥିବା ବେଲେ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ହେଲେ ମୃତ୍ୟୁ ହେବାର ୭ ବର୍ଷ ପରେ ମଧ୍ୟ ସରକାରୀ ସହାୟତା ଅପେକ୍ଷାରେ ବିଧବା ସ୍ତ୍ରୀ । ବିଭାଗୀୟ ଅଧିକାରୀଙ୍କୁ ହାରି ଗୁହାରି କଲେ ମଧ୍ୟ ଫଳ ଶୂନ୍ୟ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତଥା ବଙ୍ଗୋମୁଣ୍ଡା କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ଡଙ୍ଗରପଡା ପଂଚାୟତ ଦନ୍ଦରା ଗ୍ରାମର ରାଧେଶ୍ୟାମ ବାଗ ଓ ରଞ୍ଜିତା ବାଗ । ସ୍ୱାମୀ ସ୍ତ୍ରୀ ଗାଁର ବିଭିନ୍ନ ସ୍ଥାନକୁ ଯାଇ କେନ୍ଦୁପତ୍ର ତୋଲିବା ତାଙ୍କ ନିତିଦିନିଆ କାର୍ଯ୍ୟ ଥିଲା ହେଲେ ଗତ ୦୬.୦୭.୨୦୧୮ ରେ କେନ୍ଦୁପତ୍ର ତୋଲି ଘର କୁ ଆସୁଥିବା ବେଲେ ରାଧେଶ୍ୟାମଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରରେ ଥିବା ସ୍ତ୍ରୀ ବେସାହାରା ହୋଇଯାଇଛନ୍ତି । ସ୍ୱାମୀ ଓ ସ୍ତ୍ରୀ କେନ୍ଦୁପତ୍ର ତୋଲି ଗୁଜୁରାଣ ମେଣ୍ଟାଉ ଥିବା ବେଲେ ପରିବାରର ମୁଖ୍ୟ ଙ୍କ ମୃତ୍ୟୁ ପରେ ଚିନ୍ତାରେ ପଡିଯାଇଛନ୍ତି ସ୍ତ୍ରୀ । ଏବେ ରଞ୍ଜିତା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ସେ ଅଭିଯୋଗ କରିଛନ୍ତି । ସ୍ୱାମୀଙ୍କ ମୃତ୍ୟ ହେବାର ୭ ବର୍ଷ ହେଲାଣି ହେଲେ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ପାଇଁ ବଙ୍ଗୋମୁଣ୍ଡା କେନ୍ଦୁଲିଫ ରେଞ୍ଜ, ବନଖଣ୍ଡ କେନ୍ଦୁପତ୍ର କେମ୍ପ ଟିଟିଲାଗଡ, ବଲାଙ୍ଗିର ଜିଲ୍ଲାପାଳ, ଅତିରିକ୍ତ ଶାସନ ସଚିବ ଜଙ୍ଗଳ ଓ ପରିବେଶ ବିଭାଗ ଓଡିଶା ସରକାର ଭୂବନେଶ୍ୱର ସହ ବିଭିନ୍ନ ଅଫିସକୁ ଦୌଡି ଦୌଡି ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଜନ ପ୍ରତିନିଧିଙ୍କ ଠାରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି ହେଲେ ହେଲେ ଫଲ ଶୂନ୍ୟ । ସେପଟେ ଆମେ ବଙ୍ଗୋମୁଣ୍ଡା କେନ୍ଦୁପତ୍ର ରେଞ୍ଜ ଅଫିସର ଆଶିଷ ବେହେରାଙ୍କୁ ଯୋଗାଯୋଗ କରିବାରୁ, ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ମିଲୁନି ସରକାରୀ ସହାୟତା । ତେବେ ଏହି ବିଧବା ମହିଳାଙ୍କୁ ସରକାରୀ ସହାୟତା କେବେ କରୁଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.