ସୁବର୍ଣ୍ଣପୁର ଜିଲ୍ଳାପାଳଙ୍କ ସାଗରପାଲି ଗ୍ରସ୍ତ : ଅନଲାଇନ ବଜାର ବ୍ୟବସ୍ଥା ଓ ଦକ୍ଷତା ବୃଦ୍ଧିରେ ନୁଆ ନୁଆ ଡିଜାଇନକୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକର ସାଗରପାଲି ଗ୍ରାମ ଗ୍ରସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତତନ୍ତ ଶିଳ୍ପ ଦକ୍ଷ୍ୟତା ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ବୟନ ନିମନ୍ତେ ଆବଶ୍ୟକ କଞ୍ଚାମାଲ ଓ ବୟନ ଉପକରଣ ପ୍ରଭୁତି ପରିଦର୍ଶନ କରିଥିଲେ । ରେଶମ ବାନ୍ଧ ଶାଢ଼ୀ ଓ ତତ୍‌ସମ୍ୱନ୍ଧୀୟ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରି ଜିଲ୍ଲାର ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ରେଶମ ଶାଢ଼ୀର ଚାହିଦାକୁ ଅନଲାଇନ ବଜାର ମାଧ୍ୟମରେ ରାଜ୍ୟ ତଥା ଦେଶ ବିଦେଶରେ ଉପଲବ୍ଧ କରାଇବାକୁ ଜିଲ୍ଲାପାଳ ବିଭାଗୀୟ ସହକାରୀ ବୟନ ଶିଳ୍ପ ନିର୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି । ବୟନ ଶିଳ୍ପକୁ ଜିଲ୍ଲାରେ ଆହୁରି ଲୋକାଭିମୁଖୀ ତଥା ଉତ୍ପାଦିତ ସାମଗ୍ରୀର ବିକ୍ରିବଟାର ସୁବ୍ୟବସ୍ଥିତ ଓ ସୁଦୂର ପ୍ରସାରି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି, ଦକ୍ଷ୍ୟତା ବୃଦ୍ଧିରେ ନୁଆ ନୁଆ ଡିଜାଇନକୁ ସାମିଲ କରି ଉତ୍ପାଦିତ ବୟନ, ହସ୍ତତନ୍ତ ସାମଗ୍ରୀକୁ ବିକଶିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲପାଳ ଗ୍ରସ୍ତ ଅବସରରେ ସାଗରପାଲିସ୍ଥିତ ମା ତନ୍ତୁବାୟ ସହଯୋଗ ସମିତି ଓ ଗଙ୍ଗାଧର ତନ୍ତୁବାୟ ସହଯୋଗ ସମିତିର ବୁଣାକାର କର୍ମଶାଳା ପରିଦର୍ଶନ କରି ବୁଣାକାର ଓ ସମ୍ପୃକ୍ତ କର୍ମକର୍ତ୍ତାଙ୍କ ସହ ବୟନତନ୍ତ ସମ୍ୱନ୍ଧୀୟ ଆଲୋଚନା କରିଥିଲେ । ଏହି ଅବସରରେ ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ, ସୁବର୍ଣ୍ଣପୁର ଉମେଶ ଚନ୍ଦ୍ର ଦାଶ, ବୁଣାକାର ତତ୍ୱାବଧାରକ ଧ୍ରୁବରାଜ ମେହେର, ବୟନ ନିରୀକ୍ଷକ ସତ୍ୟନାରାୟଣ ମହାଲିକ, ବୈଷୟିକ ସହାୟକ ସମ୍ଭୁପ୍ରସାଦ କୁମୁରା ଓ ବିଭାଗୀୟ କର୍ମଚାରୀ, ସମିତି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.