ପାଇକମାଲ ବିଜୁ ଜନତା ଦଳ ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିଜୁ ଜନତା ଦଳ ତରଫରୁ ୭୨ତମ ସାଧାରଣତନ୍ତ୍ର ଦିବସ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୃତ୍ୱରେ ପତାକା ଉତ୍ତୋଳନନ ହୋଇଯାଇଛି । ସହିଦ ଯବାନ ସହିଦ ସ୍ଵାଧୀନତା ସଂଗ୍ରାମୀ ଓ ଗଣତନ୍ତ୍ରର ପ୍ରତିଷ୍ଠାତାଙ୍କୁ କୋଟି କୋଟି ପ୍ରଣାମ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ବିଧାୟକ ଶ୍ରୀ ବରିହା ମତ ପ୍ରକାଶ କରିଥିଲେ । ବିଜେଡିର ଅନେକ ନେତା ତଥା କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.