centurian jitm

ହୁ ହୁ ହୋଇ ଜଳୁଛି ଜଙ୍ଗଲ : ନାମକୁ ମାତ୍ର ସଚେତନତା କାର୍ଯ୍ୟକ୍ରମ

ତୁରେକେଲା, (ପିତାମ୍ବର ଦୀପ), ଜଳୁଛି ଜଙ୍ଗଲ । ହେଲେ କୋପ ନାହିଁ । କୁହୁଳି କୁହୁଳି ଗଛ ଲତାକୁ ଜାଳି ପୋଡ଼ି ପାଉଁଶ କରୁଛି । ବଡ଼ ବଡ଼ ଗଛ ଏଥିରୁ ବର୍ତ୍ତି ଯାଇଥିବା ବେଳେ ନଇଁ ପଡ଼ିଥିବା କିମ୍ବା ଭାଙ୍ଗି ଯାଇଥିବା ଗଛ ନିଆଁର ଆଁ ଭିତରକୁ ଚାଲି ଯାଉଛି । କାଠ ଗଣ୍ଡି ନଷ୍ଟ ହୋଇଯାଉଛି । ଏଭଳି ଚିତ୍ର ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଦମକଳବାହିନୀ ଅଫିସ ପାଖରେ ଥିବା ଜଙ୍ଗଲରେ ଦେଖିବାକୁ ମିଳିଛି । ଜଙ୍ଗଲ ନିଆଁ ଦ୍ୱାରା ବିଶେଷ କ୍ଷତି ହେଉ ନ ଥିବା ବନ ବିଭାଗ ଯେତେ କହିଲେ ମଧ୍ୟ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । କାଳବୈଶାଖୀ ପ୍ରଭାବରେ କିଛିଦିନ ଜଙ୍ଗଲ ନିଆଁ ହ୍ରାସ ପାଇଥିଲେ ମଧ୍ୟ ତୁରେକେଲା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲରେ ସ୍ଥିତି ଅନୁଧ୍ୟାନ କରିବା ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ଯେ ତୁରେକେଲା ବ୍ଲକରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି ତାହା ନୁହେଁ । ଜଙ୍ଗଲ ବାହାରେ ବି ନିଆଁ ଜଳୁଛି । କେଉଁଠି ଲୋକେ ଚାଷ ପାଇଁ ଜମି ପ୍ରସ୍ତୁତ କରିବାକୁ ଯାଇ ନିଆଁ ଲଗାଇ ଅନାବନା ଗଛ ଜାଳି ଦେଉଛନ୍ତି ତ, ଆଉ କେଉଁଠି ରାସ୍ତା ପାଖରେ କିଲୋମିଟର ପର୍ଯ୍ୟନ୍ତ ଗଛପତ୍ର ଝଡ଼ିଥିବାରୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ସରକାରଙ୍କ ଦ୍ଵାରା ଯେତେ ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ସଚେତନ ହେଉ ନାହାନ୍ତି ଲୋକେ ।

Leave A Reply

Your email address will not be published.