centurian jitm

ପ୍ରଗତିଶୀଳ କବି ସନତ୍ ରାୟଙ୍କ ସ୍ମୃତିଚାରଣ ସଭା

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ସନତ୍‌ ରାୟ ସ୍ମୃତି କମିଟି ତରଫରୁ ସେକ୍ଟର- ୫ ସ୍ଥିତ କଲ୍‌ଚରାଲ ଏକାଡେମୀ ପରିସରରେ ଓଡିଆ ସାରସ୍ୱତ ଗଗନର ଜାଜ୍ଜ୍ବଲ୍ୟମାନ ତାରକା ପ୍ରଗତିବାଦୀ କବି ସନତ୍ ରାୟଙ୍କ ଦ୍ୱାଦଶ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଅଭୟ କୁମାର ଦାସ ଓ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି ରାଜୀବ ପାଣି ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ସାରସ୍ୱତ ସାଧକ ପ୍ରଗତିଶୀଳ କବି ବସନ୍ତ ମାଝୀଙ୍କୁ ସନତ୍‌ ରାୟ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବା ସହିତ ପ୍ରୟାତ ପ୍ରଗତିଶୀଳ କବି ସନତ୍ ରାୟଙ୍କ କବିତା ଓ ସ୍ୱରଚିତ କବିତାମାନ ପାଠ କରାଯାଇଥିଲା । ସ୍ମୃତି କମିଟିର ଆବାହକ ଆର୍ତ୍ତତ୍ରାଣ ମହାପାତ୍ର ପ୍ରାରମ୍ଭରେ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସନତ୍‌ ରାୟଙ୍କ ଜୀବନୀ ଓ କୃତି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାସ ସ୍ୱର୍ଗତ ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ମାଟି ଓ ମଣିଷର କଥା କହୁଥିବା ତାଙ୍କ କବିତାର ଚିତ୍ର ଓ ଚରିତ୍ର ଗୁଡିକ ଯେପରି ଜୀବନ୍ତ ସେପରି ପ୍ରଗତିଶୀଳ ଚେତନାରେ ଉଦ୍‌ଭାସିତ । ମୁଖ୍ୟବକ୍ତା ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଉରକେଲାର ସାହିତ୍ୟ ସଂସ୍କୃତି ଜଗତରେ ସେ ଜଣେ ନୀରଳସ କର୍ମୀ ଭାବେ ବେଶ ପରିଚିତ । ପ୍ରଚଳିତ ସମାଜ ବ୍ୟବସ୍ଥା ସଂପର୍କରେ ନିର୍ଭିକ ସମାଲୋଚନାତ୍ମକ ଦୃଷ୍ଟିଭଙ୍ଗୀ ତାଙ୍କ କବିତା ଗୁଡିକରେ ଅତ୍ୟନ୍ତ ସରଳ ଓ ସୁବୋଧ୍ୟ ଭାଷାରେ ଉତ୍ତକୀର୍ଣ୍ଣ ହୋଇଛି । ସଭାପତିତ୍ୱ ଅଭିଭାଷଣରେ କବିଙ୍କ ପ୍ରଭାବଶାଳୀ ସୃଜନଶୀଳତା ସଂପର୍କରେ ଆଲୋଚନା କରିଥିଲେ । ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ଶ୍ରୀ ମାଝୀ କବିଙ୍କ ସୃଷ୍ଟିରେ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ନିଜର ମତ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ଆସରରେ ବଳରାମ ରାଉଳ, ସୂର୍ଯ୍ୟସ୍ନାତା ପାଇକରାୟ, ନିରୁପମା ପତି, ମୀନକେତନ ପଶାୟତ, କୁଞ୍ଜବିହାରୀ ରାଉତ, ସୁପ୍ତି କର, ରଶ୍ମି ସାହୁ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ, ଉପେନ୍ଦ୍ର ବସ୍ତିଆ, ଅର୍ଚ୍ଚନା ପାତ୍ର, ଧୋବେଇ ବେହେରା, ପ୍ରକାଶ ଚନ୍ଦ୍ର ସେଠୀ, ଅଜୟ କୁମାର ମହାନ୍ତି, ଗଙ୍ଗାଧର ପୁହାଣ, ବସନ୍ତ ବିଶ୍ୱକର୍ମା, କିଶୋରୀମୋହନ କର ପ୍ରମୁଖ ସ୍ୱର୍ଗତ ରାୟଙ୍କ କବିତା ପାଠ କରିଥିଲେ । ପ୍ରାରମ୍ଭରେ ପ୍ରାବନ୍ଧିକ ଦାସରଥି ଦାସ, ଗଗନେନ୍ଦ୍ର ଦା, ଗୀତା ହୋତା ଓ ଝରଣା ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ରାନନ୍ଦ ସାହୁ, ଜୟନ୍ତୀ ଦାସ, କରୁଣାକର ପାଟ୍ଟଶାଣୀ, ବିଜୟିନୀ ଜେନା, ବବିତା ମହାଳିକ, ବିଶ୍ୱରଂଜନ ସାମଲ, ଗୀତାଞ୍ଜଳି ସାମଲ, ମୀନାକ୍ଷୀ ସାମଲ, ଅଙ୍ଗୁରବାଳା ପରିଡା, ଅକ୍ଷୟ ପଣ୍ଡା, ସୁକାନ୍ତୀ ତ୍ରିପାଠୀ, ଅଭିରାମ ପ୍ରଧାନ, ସୁନିତା ପୁହାଣ, ଦୀନବଂଧୁ ପାଢୀ, ବିଜୟ ରାୟ, ଅକ୍ଷୟ ସାମଲ, କେଦାର ପ୍ରଧାନ, କାଶୀନାଥ ପାତ୍ର, ରାନୁ ମହାପାତ୍ର, ଡ. ସୁମନ ଦତ୍ତ, ମହେଶ୍ଵର ସିଂ, ଗୌତମ ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ନଳିନୀ କାନ୍ତ ଧର, କାଶୀନାଥ ନନ୍ଦୀ, ଚନ୍ଦ୍ରଶେଖର ପାଇକରାୟ, ଆଲୋକ ବୋଷ, ଦେବେନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବଳରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.