
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ରୋଗୀ ଜଣକ ମହିଳା ବୋଲି ଜଣାପଡିଛି । ମହିଳାଙ୍କ ଆଇସିଏମଆର ଆରଏମଆରସି ଭୁବନେଶ୍ୱରରେ ଗତ ୩ ତାରିଖ ଦିନ ମହିଳାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଏହି ରକ୍ତ ନମୁନା ଆରଟିପିସିଆର ଦ୍ୱାରା ସଂଗ୍ରହ କରାଯାଇଥିଲା । ଯାହାକି ଗତ ୮ ତାରିଖ ଦିନ ମହିଳାଙ୍କ ରକ୍ତ ନମୁନା କରୋନା ପଜିଟିଭ୍ ବୋଲି ଆସିଥିବା ଜଣାପଡିଛି । ଜିଲ୍ଲାରେ ପ୍ରଥମ ମହିଳା କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏ ସମ୍ପର୍କରେ ସିଡିଏମଓ ଡାକ୍ତର ଭବାନୀ ଶଙ୍କର ସାହୁଙ୍କୁ ପଚାରିବାରେ କରୋନାରେ କେହି ରୋଗୀ ଚିହ୍ନଟ ହୋଇନଥିବା ସୂଚନା ଦେଇଛନ୍ତି । କରୋନା ପାଇଁ ଗାଇଡ ଲାଇନ ଜାରି କରାଯାଇଛି ବୋଲି କହିଛନ୍ତି । ରାଜ୍ୟରେ କରୋନା ରୋଗୀ ଚିହ୍ନଟ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାରେ ପ୍ରଥମ ରୋଗୀ ଚିହ୍ନଟ ଏବେ ଭୟ ବଢାଇଛି ।