ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ମାଲପଡା ସ୍ଥିତ କାର୍ଯ୍ୟାଳୟରେ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ରେଳ ଉପଭୋକ୍ତା ସଂଘର ରେଳ ସମୟ ସାରଣୀ ଉନ୍ମୋଚନ ହୋଇଥିଲା । ବରଗଡ ସାଂସଦ ପ୍ରଦୀପ ପୁରୋହିତ ବଲାଙ୍ଗିର – ଭୁବନେଶ୍ୱର ମଧ୍ୟରେ ସକାଳୁଆ ଟ୍ରେନ ଚଳାଇବା ପାଇଁ ଉଦ୍ୟମ କରିଥିବାରୁ ସଂଘର ସଭ୍ୟମାନେ ତାଙ୍କୁ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ତା ସହିତ ବଲାଙ୍ଗିର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବଲାଙ୍ଗିର ଜିଲ୍ଲାର ରେଳ ବିଭାଗର ଉନ୍ନତି ପାଇଁ କରିଥିବା ଉଦ୍ୟମକୁ ପ୍ରଶଂସା ସହିତ ତାଙ୍କୁ ମଧ୍ୟ ସଭ୍ୟମାନେ ଧନ୍ୟବାଦ ଜଣାଇଥିଲେ । ବଲାଙ୍ଗିର କିମ୍ବା ବିଛୁପାଲି ରେଳ ଷ୍ଟେସନରେ ପିଆଟି ଲେନ୍‌ ସଂଯୋଗୀକରଣ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ ଓ ଉକ୍ତ ରେଳ ଷ୍ଟେସନରେ ରକ୍ଷଣା ବେକ୍ଷଣ କରିବା ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ପ୍ରକାଶ ଥାଉ କି ବଲାଙ୍ଗିରକୁ ଆସୁଥିବା ବିଭିନ୍ନ ରୋଗୀ, ଦିବ୍ୟାଙ୍ଗ, ଗର୍ଭବତୀ ମହିଳାଙ୍କ ପାଇଁ ଉପଭୋକ୍ତା ସଂଘ ବଲାଙ୍ଗିର – ଦୁର୍ଗ ଟ୍ରେନକୁ ଏକ ନମ୍ବର ପ୍ଲାଟଫର୍ମରେ ଦେବା ପାଇଁ ଅନୁରୋଧ କରିଥିବା ସତ୍ୱେ ଏହା ଦିଆ ହୋଇନଥିଲା । ମାତ୍ର ବିଶିଷ୍ଟ ନେତୃତ୍ୱଙ୍କ ବଲାଙ୍ଗିର ଆଗମନ ସମୟରେ ଏକ ନମ୍ବର ପ୍ଲାଟଫର୍ମରେ ଦେଉଥିବାରୁ ଏହି ଘଟଣାର ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା । ଟ୍ରେନଟି ଜନସାଧାରଣଙ୍କ ପାଇଁ ନା ବଡବଡିଆଙ୍କ ପାଇଁ ବୋଲି ସଭ୍ୟମାନେ ନିନ୍ଦା କରିଥିଲେ । ଯଦି ପୁନର୍ବାର ରେଳ ବିଭାଗ ଏ ପ୍ରକାର ପାତର ଅନ୍ତର ମନୋଭାବ ରେଖେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପ୍ରସ୍ତାବକୁ ଏଡାଇ ଦିଆଯାଇ ନପାରେ । ସଂପାଦକ ଦିବାକର ହୋତା ବିବରଣୀ ପାଠ କରିଥିଲେ । ସହ ସଂପାଦକ ଇଂ. ହିତେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଋତୁରାଜ ସିଂ, ପର୍ଶୁରାମ ନାୟକ, ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ଗୋପବନ୍ଧୁ ପୁରୋହିତ ଓ ବିନୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ବକ୍ତବ୍ୟ ଦେଇଥିଲେ ।

Leave A Reply

Your email address will not be published.