ommm
jittmm

“ଧାନର ଗୁଣାତ୍ମକ ମାନ ରାସାୟନିକ ସାର ଓ ବିହନ କୃଷି ଯନ୍ତ୍ରପାତି ସମ୍ବନ୍ଧରେ ସଚେତନ ଶିବିର”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉପନିବନ୍ଧକ ସମବାୟ ସମିତି ସମୁହ, ବଲାଙ୍ଗିର ବିଭାଜନ, ବଲାଙ୍ଗିର ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆର୍ନ୍ତଜାତିକ ସମବାୟ ବର୍ଷ ୨୦୨୫ ଅବସରରେ “ଧାନର ଗୁଣାତ୍ମକ ମାନ, ରାସାୟନିକ ସାର ଓ ବିହନ କୃଷି ଯନ୍ତ୍ରପାତିର ସମ୍ବନ୍ଧରେ ସଚେତନ ଶିବିର” ଶୀର୍ଷକ ଉପରେ ଉପନିବନ୍ଧକ ପ୍ରମୋଦ କୁମାର ବରିହାଙ୍କ ଅଧ୍ୟକ୍ଷତା ରେ ଏକ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି । ସମବାୟ ବିଭାଗର ସମବାୟ ନିରୀକ୍ଷକ ବ୍ରବିମ କୁମାର ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଲେ । ସୁଶ୍ରୀ ଉଷା ରାଣୀ କୁଅଁର, ସୁଶ୍ରୀ ସମିଧା ଅଗ୍ରୱାଲ ଓ ସୁଶ୍ରୀ ବର୍ଷାରାଣୀ ବାରିକ ଅତିଥିମାନଙ୍କୁ ପୁଷ୍ପଗଛ ପ୍ରଦାନ କରି ସ୍ୱାଗତ ଜଣାଇଲେ । ବକ୍ତା ଭାବରେ ଯୋଗଦାନ କରି ସମ୍ମାନିତ ଅତିଥି ଭାବରେ NABARD DDM ଡ. ବିବେକ କୁମାର ନାୟକ ଯୋଗଦେଇ ଆଗାମୀ ଭବିଷ୍ୟତରେ ସମବାୟ ବିସ୍ତାରିତ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ଆଗାମୀ ଅତିଥି ଏସିଏସ୍‌ଓ ବଲାଙ୍ଗିର ଶରତ କୁମାର ରାଉତ ‘ଧାନର ଗୁଣାତ୍ମକ ମାନ’ ବିଷୟରେ ଅବଗତି କରାଇଲେ । ସୁଦେଶ କୁମାର ଚୌଧରୀ, ଡିଡିଏଚ, ବଲାଙ୍ଗିର ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ କରିବା ନିମନ୍ତେ ସମବାୟ ସମିତି କର୍ମଚାରୀମାନଙ୍କୁ ପ୍ରୋତ୍ସାହନ କରିଲେ । ଶେଷରେ, ସମବାୟ ନିରିକ୍ଷକ ନିମାଇଁ ଚରଣ ବେହେରା ମଂଚାସୀନ ସମସ୍ତ ଅତିଥି ଏବଂ ସଭାରେ ଉପସ୍ଥିତ ଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ, ଉପନିବନ୍ଧକ ସମବାୟ ସମିତି ଜିଲ୍ଲାରେ ୩୦ ଗୋଟି ନୂଆ ଆଦର୍ଶ ସମବାୟ ସମିତିଙ୍କ ନାମ ଘୋଷଣା କରିଥିଲେ । ଏଥି ସହିତ ୦୬ ଗୋଟି ସମବାୟ ସମିତିକୁ National Cooperatives Organics Limitedରେ ସଦସ୍ୟତା ନେବା ନିମନ୍ତେ ଉପନିବନ୍ଧକ ସମବାୟ ସମିତି ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉପନିବନ୍ଧକ ଓ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.