pr

ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକାକରଣ ପାଇଁ ପୂର୍ବଭ୍ୟାସ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁୟାରୀ ପ୍ରଥମରୁ କରୋନା ଟୀକାକରଣକୁ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ପୂର୍ବାଭ୍ୟାସ ଚାଲିଥିବା ବେଳେ ସ୍‌ସ୍ଥାନୀୟ ଶାସ୍ତ୍ରୀନଗର ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ କୋଭିଡ-୧୯ ଟୀକାକରଣ ପାଇଁ ଡ୍ରାଇ-ରନ୍‌ କାର୍ୟ୍ୟକ୍ରମ ସମାପନ ହୋଇ ଯାଇଛି ।

ଉକ୍ତ କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜିଲ୍ଲାପାଳଙ୍କ ତତ୍ୱାବଧାନରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଭୀମ ସାହୁ, ଡ଼ା. ଦିବ୍ୟକିଶୋର ପତି (ଡ଼ିପିଏଚ୍‌ଓ), ଏପିଏମ୍‌, ଏନ୍‌ଏଚ୍‌ଏମ୍‌ ରାମାନୁଜ ପଣ୍ଡା, ୟୁଡ଼ିଏଚ୍‌ ଏନ୍‌ଏଚ୍‌ଏମ୍‌ ଅନିଲ ମହାକୁଡ଼, ନିର୍ଦେଶକ, ନାସନାଲ ପିସ ୟୁନିସନ ସତ୍ୟ ରଞ୍ଜନ ମିଶ୍ର, ଚେୟାରମ୍ୟାନ, ନାସନାଲ ପିସ ୟୁନିସନ ରବି ରଞ୍ଜନ ପୂଜାରୀଙ୍କ ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ସଦସ୍ୟ ସଦସ୍ୟା ,ଏଏନ୍‌ଏମ୍‌, ଓ ଆଶା କର୍ମୀ ଓ ସ୍ବେଛାସେବୀ ମାନ ଉପସ୍ଥିତ ଥିଲେ । ଏହି କୋଭିଡ ଟୀକାକରଣ ପାଇଁ ଏହାର ପୂର୍ବଭ୍ୟାସ ମାଧ୍ୟମରେ କୋଡିଏ ଜଣ କୋଭିଡ ଯୋଦ୍ଧାଙ୍କୁ ନିୟମାନୁଯାୟୀ ମୋବାଇଲ ଯୋଗେ ବାର୍ତ୍ତା ପଠା ଯାଇଥିଲା । ମୋବାଇଲ ବାର୍ତ୍ତା ଅନୁସାରେ ସେମାନେ ନିର୍ଦ୍ଧିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଂଚିବା ପରେ ସେମାନେ ପର୍ୟାୟ କ୍ରମେ ଜଣେ ଜଣେ ବ୍ୟକ୍ତିଙ୍କୁ ଡ୍ରାଏ-ରନ କାର୍ୟ୍ୟକ୍ରମନୁସାରେ କୋଭିଡ ଟୀକାକାରଣ ପାଇଁ ପ୍ରସ୍ତୁତ କରାଯାଇଥିଲା । ଟୀକାକାରଣ ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଲେ କିମ୍ବା ଏହାର କିଛି ଲକ୍ଷଣ ଦେଖାଦେଲେ ନିରୀକ୍ଷଣ ଗୃହକୁ ନେବାର ବନ୍ଦୋବସ୍ତ କରାଯାଇଥିଲା ଓ ଏହାମଧ୍ୟରେ ଅତିକମରେ ଅଧ ଘଣ୍ଟା ପର୍ୟ୍ୟନ୍ତ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । ଟୀକା ନେଇଥିବା ବ୍ୟକ୍ତିଙ୍କ କିଛି ସ୍ୱାସ୍ଥ୍ୟ ପ୍ରତିକ୍ରିୟା ଦେଖାଦେଲେ ଉପସ୍ଥିତ ସ୍ୱାସ୍ଥ୍ୟ ବିଶେଷଜ୍ଞ, ଚିକିତ୍ସସକ ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପରାମର୍ଶ ଅନୁସାରେ ବିହିତ ଚିକିତ୍ସା ପଦ୍ଧତି ଯୋଗାଇ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା । ପ୍ରଥମ ଟୀକାକରଣ ପଦ୍ଧତିରେ ଅତିକମରେ ଦଶ ହଜାର କୋଭିଡ ଯୋଦ୍ଧାଙ୍କୁ ପଞ୍ଜିକରଣ କରି ଟୀକା ଦେବାର ବନ୍ଦୋବସ୍ତ ଓ ବଲାଙ୍ଗିର ଜିଲ୍ଲା ଆଞ୍ଚଳିକ ଟୀକା କେନ୍ଦ୍ରରୁ ସୁବର୍ଣ୍ଣପୁର, ନୂଆପଡା, କଳାହାଣ୍ଡି ଇତ୍ୟାଦି ଜିଲ୍ଲାକୁ ବଲାଙ୍ଗିର ଟୀକାକରଣ ଓ ଟୀକାର ପ୍ରକୃଷ୍ଟ ଶୀତଳ ଶିକୁଳି ପରିଚାଳନା କରି ଭଣ୍ଡାରରୁ ଟୀକା ଯୋଗାଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଥିଲେ । ଉପରୋକ୍ତ ସମସ୍ତ କାର୍ୟ୍ୟକ୍ରମକୁ ନାସନାଲ ପିସ ୟୁନିସନ ପରିଚାଳନା କରିଥିବାବେଳେ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ୟ୍ୟକ୍ରମକୁ ସମୀକ୍ଷା କରିଥିଲେ ।

nrusinghnath
Leave A Reply

Your email address will not be published.