om academy

ଝାଙ୍କରପଡାରେ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ସନ୍ଦେହ

jsm

ବୌଦ୍ଧ, (ବଂଶୀଧର ମାଝୀ) : ତା୨୨/୪ ବୌଦ୍ଧ ଥାନା ଆମ୍ବଝରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡା ଗ୍ରାମରେ ଗତକାଲି ରାତି ପ୍ରାୟ ୧୦ ଘଣ୍ଟା ସମୟରେ ଅଜଣା ବ୍ୟକ୍ତିଙ୍କ ମାରଣାସ୍ତ୍ରରେ ଆକ୍ରମଣ ଫଳରେ ଜଣେ ବ୍ୟକ୍ତି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଝାଙ୍କରପଡା ଗ୍ରାମର ଡୋଳାମଣି କର୍ଣ୍ଣ (୫୫) ନିଜ ଘରେ ଏକୁଟିଆ ଥିବାବେଳେ ରାତି ପ୍ରାୟ ୧୦ ଘଣ୍ଟା ସମୟରେ କୌଣସି ମାରଣାସ୍ତ୍ର ସାହାଯ୍ୟରେ ତାଙ୍କୁ କେହି ଆକ୍ରମଣ କରିଥିଲେ । କୌଣସି ସୂତ୍ରରୁ ଖବରପାଇ ୧୦୮ ଆମ୍ବୁଲାନସ୍‌ ଝାଙ୍କରପଡାରେ ପହଁଚି ତାଙ୍କୁ ଆଣି ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ଓ ରାତି ପ୍ରାୟ ୧୧ ଘଣ୍ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାପଡିଛି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବର୍ଷେ ପୂର୍ବରୁ ଡୋଳାମଣିଙ୍କୁ ତାଙ୍କର ସଂପର୍କୀୟମାନେ ଆକ୍ରମଣ କରି ଗୁରୁତର କରିଥିଲେ ଓ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିଥିଲେ । ମୃତ ଡୋଳାମଣିଙ୍କ ସମ୍ପର୍କରେ ଗ୍ରାମବାସୀ ମାନଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ତାଙ୍କର ଦୁଇଟି ସ୍ତ୍ରୀ । ପ୍ରଥମ ସ୍ତ୍ରୀଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ । ବଡ଼ ଝିଅ ଦନ୍ତାପାଲି ଗ୍ରାମରେ ବିବାହ କରିଛି । ସାନ ଝିଅ ମା ସହିତ ମାମୁଁଘର ବାଉଁଶୁଣୀ ଥାନା ଝାରକଟା ଗ୍ରାମରେ ରହୁଛି ଓ ପୁଅ ଲୁହା ଝଳେଇ ମିସ୍ତ୍ରୀ ଭାବେ ବରଗଡରେ କାମ କରୁଛି । ଡୋଳାମଣି ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ପଟୁଆପାଲି ଗ୍ରାମରେ ଆଜକୁ ୧୦ ବର୍ଷ ତଳେ ବିବାହ କରି ସେଠାରେ ରହୁଛନ୍ତି ଓ ମଝିରେ ମଝିରେ ଝାଙ୍କରପଡା ଘରକୁ ଆସି ଦିନେ ଦୁଇଦିନ ରହନ୍ତି । ଘଟଣାର ଦୁଇ ଦିନ ଆଗରୁ ଝାଙ୍କରପଡା ଆସି ରହୁଥିଲେ । ସେ ଏକୁଟିଆ ଥିବା ହେତୁ ଓ ମୃତ୍ୟୁବରଣ କରିସାରିଥିବାରୁ ହତ୍ୟାର କାରଣ ଓ ହତ୍ୟାକାରୀଙ୍କ ସମ୍ପର୍କରେ କୌଣସି ସଠିକ୍‌ ସୁଚନା ମିଳିପାରିନଥିବା ବେଳେ ପୋଲିସ୍‌ ଅନୁସନ୍ଧାନ ଜାରିରହିଥିବାରୁ ଖୁବ୍‌ଶୀଘ୍ର ଏ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.