pr

ପୁଣି ଏଫ୍‌ଆଇଆର୍‌ ଦେଲା ଟେକ୍ସି ଚାଳକ ସଂଘ : ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ସମୟରେ ବରଗଡ଼ ସହରରେ ରହୁଥିବା ଜଣେ କଳାକାରଙ୍କ ଗାଡ଼ି ଚୋରି ହେବା ଯେତିକି ଦୁଃଖର ବିଷୟ ତାଠାରୁ ଅଧିକ ସେହି ଚୋରୀ ଗାଡ଼ିର ଅବସ୍ଥାନ ବିଷୟରେ ସୂଚନା ଦେବା ପାଇଁ ଜଣେ ମୋଟା ଅଙ୍କଲ ଅର୍ଥ ଦାବୀ କରିବା ପରିତାପର ବିଷୟ। ଏହାକୁ ନେଇ ବରଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ତେବେ ଫୋନ କଲ ଓ ଅଡିଓ ରେକର୍ଡକୁ ଭିତ୍ତି କରି  ଗାଡି ଚୋରୀରେ କେଉଁ ମାନଙ୍କ ସମ୍ପୃକ୍ତି ରହିଛି ସେ ନେଇ ବରଗଡ଼ ଟାଉନ ପୋଲିସ  ଏକ ଚୋରୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଚୋରୀ ଗାଡ଼ିର ଠିକଣା କହିବାକୁ ଟଙ୍କା ଦାବୀ କରିଥିବାରାଜ ଶର୍ମାକୁ ଅଟକ ରଖି ପଚରା ଉଚରା ଜାରି ରଖିଛି ବରଗଡ଼ ଟାଉନ ପୋଲିସ ।

ଅଭିଯୋଗ ଗୁଡିକୁ ଅଭିଯୁକ୍ତ ଗଣମାଧ୍ୟମ ସାମନାରେ ଖଣ୍ଡନ କରିଥିବା ବେଳେ ଆଜି ବରଗଡ଼ ଟେକ୍ସି ଚାଲକ ସଂଘ ତରଫରୁ ଉକ୍ତ ଗାଡ଼ି ଚୋରୀ ସମ୍ବନ୍ଧରେ ଟାଉନ ଥାନାରେ ଆଉ ଏକ ଏଫଆଇଆର ପ୍ରଦାନ କରାଯାଇଛି। ଉକ୍ତ ଏଫଆଇଆରରେ ସଂଘ ତରଫରୁ ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି। ଏହି ଅବସରରେ ଟେକ୍ସି ଚାଲକ ସଂଘର ସଭାପତି କୁନୁ ସିଂହ, ସମ୍ପାଦକ ଯୋଗେନ୍ଦ୍ର ଭୋଇଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ପୋଲିସ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି ।

nrusinghnath
Leave A Reply

Your email address will not be published.