pr

ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ତରଫରୁ ବିଡିଓଙ୍କୁ ଦାବୀପତ୍ର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ଦିନ ଧରି ଉପେକ୍ଷିତ ଓବିସି ସଂପ୍ରଦାୟ ଓଡିଶାରେ ୫୦%ରୁ ଅଧିକ ଥିଲେ ମଧ୍ୟ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷଣ ହୋଇଥିଲା । କିନ୍ତୁ ଆଗାମୀ ନିର୍ବାଚନରେ ଗୋଟିଏ ମଧ୍ୟ ସ୍ଥାନ ସଂରକ୍ଷଣ କରାଯାଇନାହିଁ । ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ ସରକାର, ଓବିସିଙ୍କୁ ନିର୍ବାଚନରୁ ବଂଚିତ କରିବା, ନୂତନ ତାଲିକା ପ୍ରକାଶ ପାଇବା ପରେ ଜଣାପଡିଛି । ତେଣୁ ତୁରନ୍ତ ଓବିସିଙ୍କୁ ସଂରକ୍ଷଣ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବୀ କରାଯାଇଛି । ପୁଇଁନ୍ତଲା ବ୍ଲକରେ ମରୁଡି ପରିସ୍ଥିତି ହୋଇଥିଲେ ମଧ୍ୟ ମରୁଡି ଘୋଷଣା ନ କରିବା ଏବଂ ଅବଶିଷ୍ଟ ଜମିରେ ଧାନ ଚାଷ ଅମଳ ହୋଇଥିଲେ ମଧ୍ୟ ଚାଷୀ ଅଭାବୀ ବିକ୍ରିରେ ଶିକାର ହେବା ଇତ୍ୟାଦି ଦାବୀ ନେଇ ଆଜି ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ସଭାପତି ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୁଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ନାଏକଙ୍କୁ ଭେଟି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ପୁଇଁନ୍ତଲା ବ୍ଲକ ପର୍ଯ୍ୟବେକ୍ଷକ ବୁଲୁ ଦାନି, ଡିସିସି ସଂପାଦକ ସୁଶାନ୍ତ ଷଡଙ୍ଗୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜକିଶୋର ବାବୁ, ଏସ୍‌ସି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, କିଶାନ ସେଲ ସଭାପତି ସାନନ୍ଦ ମିଶ୍ର, ଜ୍ୟୋତିଷ ମୁଗ୍ରୀ, ଲଳିତ ପଟେଲ, ବଜରଂଗ ଅମାତ, ଶ୍ୟାମ ସୁନ୍ଦର ସାଏ, ଦଳ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.