ବଲାଙ୍ଗିର ଲୋକ ଉତ୍ସବ ପାଇଁ ଜିଲ୍ଲାପାଳଙ୍କ ପ୍ରେସ୍‌ମିଟ୍‌

ବଲାଙ୍ଗିିର, (କେପିଏନ୍‌ଏସ୍‌) : ୨୨ତମ ବଲାଙ୍ଗିର ଲୋକଉତ୍ସବ ୨୦ ଜାନୁୟାରୀ ୨୦୨୫ରୁ ୨୩ ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ କୋଶଳ କଳାମଣ୍ଡଳ ପଡିଆରେ ଆୟୋଜନ ହେବାକୁ ଯାଉଛି । ଏହି ବଲାଙ୍ଗିର ଲୋକ ଉତ୍ସବରେ ୨୦ ଜାନୁୟାରୀ ୨୦୨୫ ପୂର୍ବାହ୍ନ ୯ ଘଟିକା ସମୟରେ ମଞ୍ଚପୂଜା, ପତାକା ଉତ୍ତୋଳନ ଓ ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହେବ । ଅପରାହ୍ନ ୨ ଘଟିକା ସମୟରେ କବିତା ଓ ମିନି ଗଳ୍ପ ପାଠୋତ୍ସବ (ପୁରୁଣା ମଞ୍ଚ)ରେ ହେବ । ଏହାପରେ ସନ୍ଧ୍ୟା ୬ ଘଟିକା ସମୟରେ ଉଦ୍‌ଘାଟନୀ ସଭା ଏବଂ ସନ୍ଧ୍ୟା ୭ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବଲାଙ୍ଗିର ଲୋକଉତ୍ସବର ପ୍ରଦର୍ଶନୀ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳାରେ ବରେଣ୍ୟ ଅତିଥ ଉପସ୍ଥିତ ରହିବା ସହ ଉଦ୍‌ଘାଟନୀ ସଭାରେ ଅତିଥି ଭାବରେ ଯୋଗ ଦେବେ । ସଭାକାର୍ଯ୍ୟ ପରେ ସଂଧ୍ୟା ୭ଟା ୩୦ମିରୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହେବ । ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଅନୁରୂପ ଭାବରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଲୋକ ଗୀତ, ଲୋକନୃତ୍ୟ, ଲୋକ ବାଦ୍ୟ ଓ ଲୋକ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ୨୧ ତାରିଖ ସକାଳ ୧୦ଟାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ “ସଂପାନ” ଅନୁଷ୍ଠିତ ହେବ । ସେହିପରି ୨୨ ତାରିଖ ଏବଂ ୨୩ ତାରିଖ ଦିନ ୧୦ ଘଟିକା ସମୟରେ ପୁରୁଣା ମଞ୍ଚ ଠାରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସନ୍ଧ୍ୟା ସମୟରେ ବିଭିନ୍ନ ଦିବସରେ ବିଭିନ୍ନ ବରେଣ୍ୟ ଅତିଥୁ ମାନଙ୍କର ଉପସ୍ଥିତିରେ ସାଂସ୍କୃତିକ ସଭା ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥର ବଲାଙ୍ଗିର ଲୋକ ଉତ୍ସବକୁ ସରସ ସୁନ୍ଦର କରିବାକୁ ବିଭିନ୍ନ ଜିଲ୍ଲା ସଂସ୍କୃତି ପରିଷଦର କଳାକାର ମାନଙ୍କ ଦ୍ଵାରା ପ୍ରଚେଷ୍ଟା କରାଯିବ । ଏହା ସହ ଆସାମର ବିହୁ ଓ ରାଭା, ଭୋରତ୍ତଳ, ରାଜସ୍ଥାନର ଘୁମର, କାଲବେଲିଆ, ଭବାଇ, ମହାରାଷ୍ଟ୍ରର ଲାବଣୀ, ଗୋଦ୍ଧାଳ, ମେଘାଳୟର ଲାହୋ, ହରିୟାଣାର ଘୁମର, ଫାଗ, ପଶ୍ଚିମବଙ୍ଗର ଝୁମର, ମଣିପୁରର ଢୋଲ ଚଳନ ଆଦି ନୃତ୍ୟ ବଲାଙ୍ଗିର ଲୋକ ଉତ୍ସବକୁ ଆହୁରି ମନୋମୁଧର କରିବ । ବଲାଙ୍ଗିର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ତଥା ସହଯୋଗ କରି ସଫଳ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଲୋକ ଉତ୍ସବ ଆମ ସମସ୍ତଙ୍କର, ଏହାର ସଫଳତା ଆମ ସମସ୍ତଙ୍କ ଉପରେ ବୋଲି ଜିଲ୍ଲାପାଳ କହିଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ଆପଣ ମାନଙ୍କର ଉପସ୍ଥିତି, ଏହା ସହ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଗଣମାଧ୍ୟମ ହିଁ ବଲାଙ୍ଗିର ଲୋକ ଉତ୍ସବକୁ ସଫଳତାର ଶୀର୍ଷକୁ ପହଁଚାଇ ପାରିବ ବୋଲି ମୁଁ ଆଶା କରୁଛି ବୋଲି କହିଥିଲେ ।
ପ୍ରଦର୍ଶିତ ହେବାକୁ ଥିବା ବାହାର ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ
୧. ଆସାମର ବିହୁ ଓ ରାଭା, ଭୋରତ୍ତଳ ନୃତ୍ୟ
୨. ରାଜସ୍ଥାନର ଘୁମର, କାଲବେଲିଆ, ଭବାଇ ନୃତ୍ୟ
୩. ମହାରାଷ୍ଟ୍ରର ଲାବଣୀ, ଗୋଦ୍ଧାଲ ନୃତ୍ୟ
୪. ମେଘାଳୟର ଲାହୋ ନୃତ୍ୟ
୫. ହରିୟାଣାର ଘୁମର, ଫାଗ ନୃତ୍ୟ
୬. ପଶ୍ଚିମବଙ୍ଗର ଝୁମର ନୃତ୍ୟ
୭. ମଣିପୁରର ଢୋଲ ଚଳନ ନୃତ୍ୟ
ପ୍ରଦର୍ଶିତ ହେବାକୁ ଥିବା ଆମ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ
୧. କଳାହାଣ୍ଡିର ସାନ୍ତାଳି, ଘୁମୁରା ନୃତ୍ୟ
୨. ସୁନ୍ଦରଗଡର ଝୁମର ନୃତ୍ୟ, ସାନ୍ତାଳି ନୃତ୍ୟ
୩. ଗଞ୍ଜାମର ଯୋଡି ଶଙ୍ଖ ନୃତ୍ୟ, ପଶୁମୁଖା
୪. ଭଦ୍ରକର ମୋଗଲ ତାମସା ନୃତ୍ୟ
୫. ଢେଙ୍କାନାଳର ଲଉଡି ନୃତ୍ୟ
୬. ପୁରୀର ଘଟନୃତ୍ୟ, ମାଲଖମ, ଗୋଟିପୁଅ
୭. ବରଗଡ଼ର ସମ୍ବଲପୁରୀ ନୃତ୍ୟ
୮. ସମ୍ବଲପୁରର ଝୁମର
୯. ବଲାଙ୍ଗିରର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କର ନୃତ୍ୟ
ସମୁଦାୟ ଷ୍ଟଲ – ୧୫୦ ଗୋଟି ସମୁଦାୟ

Leave A Reply

Your email address will not be published.