ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ବିଜେପି ତରଫରୁ ପ୍ରୟାସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସଂସ୍କୃତି ସମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ବିଜେପି ତରଫରୁ ପ୍ରୟାସ ଆରମ୍ଭ ହୋଇଯାଇଛି । ଜିଲ୍ଲାର କୃଷି, ବୟନ ଓ ପର୍ୟ୍ୟଟନକୁ ନେଇ ତ୍ରିସୂତ୍ରୀ ପରିଯୋଜନାକୁ ଫଳବତୀ କରିବା ଲକ୍ଷ୍ୟରେ ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜେଡ୍. ଇରାନୀ, ରସାୟନ ଓ ସାର ଶ୍ରୀ ସଦାନନ୍ଦ ଗୌଡ଼ା ଓ ପର୍ୟ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କୁ ଲେଖି ଜଣାଇବା ସହ ଚଳିତ ଲୋକସଭାରେ ପ୍ରସ୍ତାବ ବାଢିଛନ୍ତି । ବିଶେଷକରି, ସୁବର୍ଣ୍ଣପୁର ଜିଲ୍ଲାର ପର୍ୟ୍ୟଟନ ବିଭବ ପାତାଳି ଶ୍ରୀକ୍ଷେତ୍ର, ଭୀମଭୋଇ ସମାଧିପୀଠ ସହ ପ୍ରାଚୀନ ଶୈବପୀଠ କୋଶଳେଶ୍ବର, କପିଳେଶ୍ବର ଓ ଗୋଧନେଶ୍ବର ମନ୍ଦିର, ପୂଜା ଡୁଙ୍ଗୁରି ଏବଂ ମହାନଦୀ ଶଯ୍ୟାକୁ ନେଇ ସ୍ବଦେଶ ଦର୍ଶନ ଯୋଜନାରେ ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଛି । ଠିକ ସେହିପରି, ଉତ୍କୃଷ୍ଟ ବୟନ କଳା କାରିଗରି ଓ ହସ୍ତତନ୍ତ ଶିଳ୍ପୀଙ୍କ ଉନ୍ନତି ପାଇଁ NIFT SUB CENTER, NHDC SERVICE CENTER ପ୍ରତିଷ୍ଠା ସହ ବୁଣାକାରଙ୍କ ଦ୍ବାରଦେଶରୁ ଶାଢୀ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ତ୍ବରାନ୍ବିତ କରାଗଲେ ସୁବର୍ଣ୍ଣପୁରୀ ବସ୍ତ୍ର ବିଶ୍ବମୁଖୀ ହୋଇ ଆର୍ଥିକ ଦିଗକୁ ଅଧିକ ମଜବୁତ ହୋଇପାରିବ । ଅନ୍ୟ ପକ୍ଷରେ ଭରପୁର ଜଳଉତ୍ସ ଥିବା ସୁବର୍ଣ୍ଣପୁର ଜିଲ୍ଲାର ଜଳସେଚନକୁ ଶତ ପ୍ରତିଶତ ନିଶ୍ଚିତ କରିବା ସହ ପର୍ୟ୍ୟାପ୍ତ ବଜାର ସୁବିଧା ଏବଂ ଉତ୍ପାଦିତ ଶସ୍ୟ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ଓ ସାରର ସୁଷମ ବଣ୍ଟନ ଉପରେ ଜିଲ୍ଲା ବିଜେପି ଗୁରୁତ୍ବ ଦେଇଛି ବୋଲି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିକାଶକୁ ନେଇ ବିଜେପିର ବରିଷ୍ଠ କର୍ମକର୍ତ୍ତାମାନେ ସମ୍ବୋଧିତ କରିଥିଲେ । ତେବେ,ରାଜ୍ୟ ସରକାରର ଅପାରଗତା ଯୋଗୁଁ ଦୀର୍ଘ ୨୦ବର୍ଷ ଧରି ସୁବର୍ଣ୍ଣପୁର ସମେତ ସାରା ପଶ୍ଚିମ ଓଡିଶା ଉନ୍ନତିର ଅନେକ ପଛରେ ପଡି ରହିଛି ବୋଲି ବିଜେପି ନିନ୍ଦା କରାଯାଇଛି । କେନ୍ଦ୍ରର ମୋଦୀ ସରକାରର ଅନୁଦାନରେ ଚାଲିଥିବା ପ୍ରକଳ୍ପସବୁକୁ ରାଜ୍ୟ ସରକାର ଅବହେଳା କଲେ ବିଜେପି ପକ୍ଷରୁ ଜନ ଆନ୍ଦୋଳନ କରିବାକୁ ବିଜେପିର ବରିଷ୍ଠ ନେତା ପ୍ରମୋଦ ମହାପାତ୍ର ଚେତାବନୀ ଦେଇଛନ୍ତି ।

2 Comments
  1. Uttam Hota says

    Khordha-Bolangir Rly Line ,I think, disappeared from the agenda at Sonepur.BJP shouldn’t.

    1. Koshala Prabaha says

      sir

Leave A Reply

Your email address will not be published.