oom

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବରପୁତ୍ରଙ୍କର ପ୍ରତିମୂର୍ତ୍ତୀ ଉନ୍ମୋଚିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରପୁତ୍ର ମାନେ ଆମ ସମାଜର ସମ୍ପତ୍ତି ଅଟନ୍ତି । ସେ ମାନଙ୍କର ଦର୍ଶନ ହିଁ ସମାଜକୁ ଶତପଥରେ ଚାଲିବା ପାଇଁ ପ୍ରେରଣା ଯୋଗାଇ ଦେଇଥାଏ । ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରିବା ପାଇଁ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନ ବରଗଡର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରେରଣାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ପରିସରରେ ଚାରିଜଣ ବରପୁତ୍ର ଯଥା ସ୍ୱଭାବ କବି ଗଙ୍ଗାଧର ମେହେର, ଜାତିର ପିତା ମହାତ୍ମା ଗାନ୍ଧୀ, ଶିକ୍ଷାବିତ ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଅଗ୍ନି ମିସାଇଲର ଜନକ ତଥା ଭାରତର ରାଷ୍ଟ୍ରପତି ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତୀ ସୁଶାନ୍ତ ସିଂ, ମାନ୍ୟବର କ୍ୟାବିନେଟ ମନ୍ତ୍ରୀ, ଶ୍ରମ ନିୟୋଜନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡିଶା ସରକାରଙ୍କର କମଳରେ ଉନ୍ମୋଚିତ ହୋଇଯାଇଛି । ତା’ପରେ ଏକ କୃତ୍ରିମ ଝରଣାର ଉଡ଼ଘାଟନ କରାଯାଇଥିଲା । ଏହି ଅବସରରେ ଏକ ନିରାଡ଼ମ୍ବର ସଭା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀମତୀ ସେବାଶ୍ରୀ ଭୋଇ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ, ମନୋରଞ୍ଜନ ସିଂ ବାରିହା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି, ବରଗଡ, ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ବିଶିଷ୍ଠ ଶିକ୍ଷାବିଦ, ଟଂକଧାର ଝଙ୍କାର, ବିଶିଷ୍ଟ ସମାଜ ସେବୀ ଓ ସରସ୍ୱତୀ ଭୋଇ, ଚେୟାର ପର୍ସନ, ବିଦ୍ୟାଳୟ ପରିଚାଳନା କମିଟି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରେମାନନ୍ଦ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ପୂର୍ବତନ ଶିକ୍ଷକ ବୃନ୍ଦାବନ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ବର୍ତ୍ତମାନ ଶିକ୍ଷାର ସ୍ୱରୂପ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ଓ ଶିକ୍ଷକମାନଙ୍କୁ ସମାଜ ଯେଉଁ ଗୁରୁ ଦାୟିତ୍ୱ ଦେଇଛି ତାକୁ ସୂଚାରୁ ରୁପେ ସମ୍ପାଦନ କରିବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍‌ଏମ୍‌ସି ଭାଇସ୍‌ ଚେୟାର ପର୍ସନ ବିଶ୍ୱନାଥ ଦାଶ, ଶିକ୍ଷକ ଚିନ୍ତାମଣି ସାହୁ, ସୁରେଶ ଚନ୍ଦ୍ର ଚୌହାନ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ମିନତୀ ଦାଶ, ନିଲିମ ରାଣୀ ମହାନ୍ତି, ବିଦ୍ୟାଳୟର କିରାଣୀ ସୁଷମା ଦାଶ ଉପସ୍ଥିତ ଥିଲେ । ଦୁଷ୍ମନ୍ତ ଛତ୍ତର, ନନ୍ଦନୀ ବାଗ, କମଳା କୁମ୍ଭାର, ସୁଶୀଳା ବାଗ ସଭା କାର୍ଯ୍ୟରେ ସହାୟତା କରିଥିଲେ । ଶେଷରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଦେଇଥିଲେ । ପରିଶେଷରେ ମୁଖ୍ୟ ଅତିଥି ଏଟିଏଲ୍‌ ଲେବ୍ରୋଟୋରୀ ବୁଲି ଦେଖିଥିଲେ ଓ ଦାୟିତ୍ୱରେ ଥିବା ଶିକ୍ଷକ ମାନସ ରଞ୍ଜନ ଶତପଥୀଙ୍କୁ ପ୍ରସଂଶା କରିଥିଲେ ।

jittmm
Leave A Reply

Your email address will not be published.