oom

ଶ୍ରୀମନ୍ଦିର ହେଉଛି ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ : ହିମନ୍ତ ବିଶ୍ୱଶର୍ମା

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରଭୁ ଜଗନ୍ନାଥ ତଥା ଶ୍ରୀମନ୍ଦିର ହେଉଛି ସମଗ୍ର ଓଡ଼ିଆ ଜାତିଙ୍କ ସ୍ୱାଭିମାନର ପ୍ରତୀକ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜାଇଥିବା ଲୋକଙ୍କୁ ଏ ଜାତି କେବେ କ୍ଷମା କରିବ ନାହିଁ । ଏଥିପାଇଁ ଚଳିତ ନିର୍ବାଚନରେ ନବୀନ ସରକାରଙ୍କୁ ହଟାଇ ଓଡ଼ିଶାରେ ତଥା କେନ୍ଦ୍ରରେ ବିଜେପିର ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ କରିବାକୁ ଆହ୍ୱାନ ଜଣାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଢ଼ିପଦର ଠାରେ ବିଜେପିର ପରିବର୍ତ୍ତନ ସମାବେଶରେ ମୁଖ୍ୟ ଅତିଥି ଭାବେ ଶ୍ରୀ ବିଶ୍ୱଶର୍ମା ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବା ସହିତ ବିଜେପିକୁ ଭୋଟ ଦେବାକୁ ଅନୁରୋଧ କରିଥିଲେ । ପ୍ରାରମ୍ଭରେ ସେ ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀଙ୍କୁ ସ୍ମରଣ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବା ସହିତ ବର୍ଷକ ମଧ୍ୟରେ ୧ ଲକ୍ଷ ବେକାରୀଙ୍କୁ ନିଯୁକ୍ତି ତଥା ଆସନ୍ତା ୫ ବର୍ଷ ମଧ୍ୟରେ ୩ ଲକ୍ଷରୁ ଅଧିକ ପଦବୀରେ ନିଯୁକ୍ତି ଦିଆଯିବ । ଏଥି ସହିତ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ଲୋକଙ୍କୁ ଖାଲି ଅଖା ପ୍ୟାକେଟ୍‌ ଦେଇ ଓଡ଼ିଶା ସରକାର ଭୂତାଇବା ସହିତ ମାଇକ ଧରିବାକୁ ଅକ୍ଷମ ଥିବା ଏଭଳି ଏକ ଅପାରଗ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହିବାକୁ ଅଯୋଗ୍ୟ ବୋଲି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ । ବରିଷ୍ଠ ବିଜେପି ନେତା ମାଧବ ସାଏ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ, ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ, ଛତିଶଗଡ ରାଜ୍ୟ ଆରଙ୍ଗ କ୍ଷେତ୍ର ବିଧାୟକ ଗୁରୁ କୁଶୱାଲ୍ ସାହେବ୍, କଳାହାଣ୍ଡି ପ୍ରଭାରୀ ଭବେନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ ।

jittmm
Leave A Reply

Your email address will not be published.