- ପ୍ରୟାସ ଓ ଇଚ୍ଛାଶକ୍ତି ସଫଳନାୟକ : ଡ. ଲିଙ୍ଗରାଜ
ସାଲେଭଟା, (କେପିଏନ୍ଏସ୍) : ଓଡିଶା ରାଜ୍ୟ ପ୍ରବରଣ ମଣ୍ଡଳୀ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ହୋଇଥିବା (ଏସ୍.ଏସ୍.ବି) ଓଡିଆ ଅଧ୍ୟାପକ ପରୀକ୍ଷାରେ ସମଗ୍ର ପଶ୍ଚିମ ଓଡିଶାର ତିନୋଟି ଜୋନ୍ ବଲାଙ୍ଗିର, ସମ୍ବଲପୁର ଓ ରାଉରକେଲା ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ଡ. ଲିଙ୍ଗରାଜ ମେହେର ସବୋର୍ଚ୍ଚ ନମ୍ବର ରଖି ଉତ୍ତୀନ୍ନ ହୋଇଥିବାରୁ ଆଗଲପୁର ଅଞ୍ଚଳରେ ଖୁସିର ଲହର ଖେଳି ଯାଇଛି । ଏନେଇ ତାଙ୍କୁ ଶୁଭେଚ୍ଛୁମାନଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହାର ଲିଖିତ ପରୀକ୍ଷା ଗତ ଅଗଷ୍ଟ ମାସ ୭ ତାରିଖରେ ହୋଇଥିବା ବେଳେ ମୌଳିକ ପରୀକ୍ଷାଟି ଡିସେମ୍ବର ୨୯ ତାରିଖରେ ହୋଇଥିଲା । ସମୁଦାୟ ୨୭୮ଟି ପଦବୀରେ ଥିବା ଏହି ପରୀକ୍ଷାରେ ସେ ପଶ୍ଚିମ ଓଡିଶାରେ ୧ ନମ୍ବର ସ୍ଥାନରେ ରହି ଗୌରବ ଅର୍ଜନ କରିଥିବା ବେଳେ ସମଗ୍ର ଓଡିଶାରେ ୨୦ ନମ୍ବରରେ ରହିଛନ୍ତି । ଶ୍ରୀ ମେହେର ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ +୩ ବିଜ୍ଞାନ ମହାବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ଏହି ମହାବିଦ୍ୟାଳୟରେ ଓଡିଆ ବିଭାଗ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜ ଉପଖଣ୍ଡ ସୁବଳୟା, ଟିକିରାପଡାର ମୂଳବାସିନ୍ଦା ଅଟନ୍ତି । ସେ ଓଡିଆରେ ଏମ.ଏ, ଏମ୍ଫିଲ ଓ ପିଏଚ.ଡି କରିଥିବା ବେଳେ ସାତଟି ପୁସ୍ତକ ରଚନା କରିଛନ୍ତି । ଏମାନଙ୍କ ମଧ୍ୟରେ ନାଟ୍ୟକାର ଅଟଳବିହାରୀ ପଣ୍ଡା, ଲୋକଗୀତ ଓ ଲୋକ ନାଟକରେ ଶିବଙ୍କ କୃଷି ସଂପୃକ୍ତି, ୧୯୮୦ ମସିହାର ପରବର୍ତ୍ତୀ ଓଡିଆ ନାଟକ ଓ ନାଟ୍ୟକାର, ଦଣ୍ଡନାଟ, ଷୋଳସୁଆଙ୍ଗ, ରସକହ୍ଳୋଳ : ପ୍ରଥମ ଛନ୍ଦ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ : ପ୍ରଥମ ଛନ୍ଦ, ଭାଗବତ : ଚବିଶ ଗୁରୁ ପ୍ରସଙ୍ଗ ପୁସ୍ତକ ସ୍ଥାନିତ ହୋଇଛି । ସେ ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ଆଦର୍ଶ ଶିକ୍ଷକ ଭାବରେ ଆଗଲପୁର ଅଂଚଳରେ ବେଶ ସୁପରିଚିତ । କଠିନ ପରିଶ୍ରମ, ପ୍ରୟାସ ଓ ଇଚ୍ଛାଶକ୍ତି ସଫଳତା ପାଇଥିବା ଏକ ଉଦାହରଣ ସୃଷ୍ଟି କରିଛନ୍ତି ଡ. ଲିଙ୍ଗରାଜ ମେହେର । ମହାବିଦ୍ୟାଳୟର ୟୁଥ ରେଡକ୍ରସ୍ ଅଧିକାରୀ ଭାବରେ ସେ ଏ ଅଂଚଳରେ ଅନେକ ଶିକ୍ଷା ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମାନ କରି ଆସିଛନ୍ତି । ତାଙ୍କର ଏହି ସଫଳତା ପାଇଁ ଆଗଲପୁରର ଶିକ୍ଷାପ୍ରେମୀ, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏସଏସବି ସଫଳ ପରେ ଅନ୍ୟ ମହାବିଦ୍ୟାଳୟକୁ ଚାଲିଯିିବାର ଦଃଖ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ଡ. ମେହେର ତାଙ୍କର ଏହି ସଫଳତା ପାଇଁ ଆଗଲପୁର ଅଂଚଳବାସୀ ଓ ପ୍ରିୟ ଛାତ୍ରଛାତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।