jayashree

ପୋଖରୀ ଘାଇ ମରାମତି ପାଇଁ ପୌର କାର୍ଯ୍ୟାଳୟ ଘେରିଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳର ୧୭ନଂ ୱାର୍ଡର ମହିଳାମାନେ ଆଜି ପୌର କାର୍ଯ୍ୟାଳୟ ଘେରିଛନ୍ତି । ୨୦୧୯ ବନ୍ୟାରେ ପଡାରେ ଥିବା ପୋଖରୀରେ ୩ଟି ଘାଇ ହୋଇ ଆଡି ଭାଙ୍ଗିଯାଇଥିଲା । ହେଲେ ୨ବର୍ଷ ବିତିଥିଲେ ମଧ୍ୟ ଏହି ଘାଇ ମରାମତି କରାଯାଉ ନାହିଁ । ଫଳରେ ପୋଖରୀରେ ପାଣି ରହୁନଥିବାରୁ ୨ରୁ ୩ଟି ପଡାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଆଡି ଦେଇ ଯାଇଥିବା ରାସ୍ତା ସେ ଘାଇରେ ଭାଙ୍ଗି ଯାଇଥିବାରୁ ଯାତାୟାତରେ ସମସ୍ୟା ହେଉଛି । ତେଣୁ ଏହାର ମରାମତି ପାଇଁ ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ତେବେ ଖୁବଶୀଘ୍ର ଏହାର ମରାମତି ହେବ ବୋଲି ଇଓ ପ୍ରତିଶ୍ରୁତି ଦେଇଥିବା ଜାଣାଯାଇଛି ।

Leave A Reply

Your email address will not be published.