
ବରଗଡ, (ମୁନ୍ନା ସାହୁ) : ଜବର ଦଖଲ ଉଚ୍ଛେଦ କଲା ପୌରପରିଷଦ । ବରଗଡ଼ ଗାନ୍ଧିଛକରୁ ବନ୍ଧୁଟିକ୍ରା ରାସ୍ତାରେ ଥିବା ଜବର ଦଖଲ ଉଚ୍ଛେଦ କଲା ବରଗଡ଼ ପୌରପରିଷଦ । ଶନିବାର ଦିବା ୧୧ଟା ସମୟରେ ବରଗଡ଼ ଗାନ୍ଧିଛକ ଘଡିଛକରୁ ଆରମ୍ଭ କରାଯାଇଛି ଉଚ୍ଛେଦ ପ୍ରକ୍ରିୟା । ବସ୍ ଷ୍ଟପ୍ ସହ ଡ୍ରେନେଜ ବ୍ୟବସ୍ଥା ପାଇଁ ଉଚ୍ଛେଦ ପ୍ରକ୍ରିୟା କରାଯାଇଛି । ତେବେ ବରଗଡ଼ ଗାନ୍ଧିଛକରୁ ବନ୍ଧୁଟିକ୍ରା ଛକ ପର୍ଯ୍ୟନ୍ତ ଏହି ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି । ମୁଖ୍ୟତଃ ଗାନ୍ଧିଛକରେ ବସ୍ଷ୍ଟପ୍ ପାଇଁ ବହୁ ସମସ୍ୟା ହେଉଥିବା ବେଳେ ଉଚ୍ଛେଦ କରାଯାଉଥିବା ବରଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏହି ସମୟରେ ଆର୍ଆଇ ଓ ପୌରପରିଷଦ କର୍ମଚାରୀଙ୍କ ସହ ପୋଲିସ ଉପସ୍ଥିତ ରହିଥିଲେ ।