ls

ପୋଲ ନିର୍ମାଣ ନିମନ୍ତେ ଦାବୀ

2020

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ବ୍ଲକ ଅଧିନସ୍ଥ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ନିକଟସ୍ଥ ବଘଲା ଗ୍ରାମର ନଡିଆବନ୍ଧ ରାସ୍ତାର ନାଳ ଦେଇ ଶହ ଶହ ଲୋକ ଯାତାୟତ କରୁଛନ୍ତି । ନାଳର ଆରପଟେ ବହୁତ ଚାଷୀଙ୍କର ଖେତବାଡି ଥିବାରୁ ତାଙ୍କୁ ନିତିଦିନ ଏହି ଅପନ୍ତରା ରାସ୍ତା ଦେଇ ଗତି କରିବାକୁ ପଡିଥାଏ । ଅଧିକ ବର୍ଷା ହେଲେ ଏହି ନାଲ ଡେଇଁ ଯିବାଟା ବଡ କଷ୍ଟସାଧ୍ୟ ହୋଇପଡେ । ଫଳରେ ନିଜ ଚାଷଜମିର ଭଲମନ୍ଦ ବୁଝିବାରେ ବି ଅସୁବିଧା ହେଉଛି ।
ଶହଶହ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆରପାରିକୁ ଲୋକଙ୍କ ଯାତାୟତ ପାଇଁ ଏକ ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାସନ ପାଖରେ ଦାବୀ କରିଥିଲେ ସୁଦ୍ଧା ଏକଥାକୁ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଏଭଲି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନର ଖାମଖିଆଲି ମନୋଭାବ ଯୋଗୁଁ ବଘଲା ଗ୍ରାମର ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.