om academy

ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କ ଲିଙ୍କ୍‌ରେ ବଲାଙ୍ଗିର କେନ୍ଦୁପତ୍ର ବିଭାଗରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇଏଫ୍‌ଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଅଭୟକାନ୍ତ ବଲାଙ୍ଗିର ଜିଲ୍ଲାରେ ୨୦୧୪ ମସିହା ଫେବୃୟାରୀ ୭ ତାରିଖରୁ ୨୦୧୭ ମସିହା ଜୁନ୧୧ ତାରିଖ ପର୍ୟ୍ୟନ୍ତ ପ୍ରାୟେ ସାଢେ଼ ତିନି ବର୍ଷ ଧରି ମୁଖ୍ୟ ବନ ସଂରକ୍ଷକ (ସି.ସି.ଏଫ୍) ଭାବରେ କାମ କରୁଥିଲେ । ତେଣୁ ଆଜି ସିସିଏଫ୍ ଅଫିସକୁ ଯାଇ ଅଭୟକାନ୍ତଙ୍କ ବଲାଙ୍ଗିର ରହଣି ସମୟରେ ହୋଇଥିବା ବିଭିନ୍ନ ପ୍ରକାରର କାର୍ୟ୍ୟକ୍ରମ ଓ ଟଙ୍କା ଲେଣଦେଣର ତଦନ୍ତ ଆରମ୍ଭ କରିଛି ବଲାଙ୍ଗିର ଭିଜିଲାନ୍ସ ବିଭାଗ । ଆଜି ଭିଜିଲାନ୍ସ ଇନ୍ସପେକ୍ଟର ସଦାନନ୍ଦ ପାଣି ସିସିଏଫ୍ ଅଫିସକୁ ଯାଇ ପାଠକଙ୍କ ବଲାଙ୍ଗିର ଚାକିରୀ ସମୟର ପର୍ସନାଲ କେଶ୍ ଫାଇଲ୍ର ଡିଟେଲ୍‌ସ୍‌ ମାଗିଛନ୍ତି । ସେ କେତେ ଦରମା ପାଉଥିଲେ, କେତେ ଟଙ୍କାର ଇନକମ୍ ଟେକ୍ସ ଫାଇଲ୍ କରିଥିଲେ, ଜିପିଏଫ୍ ଉଠାଇ ଥିଲେ ନା ନାହିଁ, କେତେ ଟଙ୍କାର ସମ୍ପତ୍ତି ତାଲିକା ଦେଇଥିଲେ, ଏସବୁ ସବିଶେଷ ତଥ୍ୟ ମାଗିଛି ଭିଜିଲାନ୍ସ ବିଭାଗ । ଭିଜିଲାନ୍ସ ବିଭାଗକୁ ସବୁ ପ୍ରକାର ତଥ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ସିସିଏଫ୍ ଅଫିସର ମୁଖ୍ୟ କିରାଣୀ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସିସିଏଫ୍‌ଙ୍କ ତତ୍ତ୍ଵାବଧାନରେ ୯ ଜିଲ୍ଲାର କେନ୍ଦୁପତ୍ର ବିଭାଗ ରହିଛି । ତେଣୁ ଅଭୟକାନ୍ତ ପାଠକ ସେ ସମୟରେ ତଳିଆ କର୍ମଚାରୀଙ୍କ ସହିତ ମିଶି ବ୍ୟାପକ ହେରଫେର କରିଥିବା ଚର୍ଚ୍ଚା ହେଉଛି । ଭିଜିଲାନ୍ସ ବିଭାଗ ତଦନ୍ତ କରିବା ପରେ ସବୁ ପ୍ରକାର ତଥ୍ୟ ମିଳିପାରିବ । ଏହାସହିତ ବଲାଙ୍ଗୀର ଜିଲ୍ଲାରେ ଅଭୟକାନ୍ତଙ୍କ ଲିଙ୍କ୍‌ରେ କେଉଁମାନେ ରହିଛନ୍ତି, ତାହା ମଧ୍ୟ ଜଣାପଡ଼ିବ । ଭିଜିଲାନ୍ସ ତଦନ୍ତ ନେଇ କୈାଣସି ପ୍ରକାର ମତାମତ ଦେବା ପାଇଁ ମନା କରିଛନ୍ତିି ବଲାଙ୍ଗୀର ଭିଜିଲାନ୍ସ ଇନ୍ସପେକ୍ଟର ।

Leave A Reply

Your email address will not be published.