ବଲାଙ୍ଗିର, (କେପିଏନ୍ଏସ୍) : ରାଜ୍ୟସଭା ସାଂସଦ ସୁବାଶ ଚନ୍ଦ୍ର ସିଂଙ୍କର ବଲାଙ୍ଗିର ଗସ୍ତ ସମୟରେ ସେ ପାଟଣାଗଡ଼ ରୋଡ ସ୍ଥିତ ଆଦୃତ ଶିଶୁ ସଦନ ପରଦର୍ଶନରେ ଯାଇଥିଲେ । ତାଙ୍କ ସହିତ ଜିଲ୍ଲା ରେଡକ୍ରସ ସୋସାଇଟିର ପୃଷ୍ଠପୋଷକ ତଥା ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ତେବାସୀ ଶିଶୁମାନଙ୍କୁ ମାନ୍ୟବର ସାଂସଦ ମିଷ୍ଟାନ ବଣ୍ଟନ କରିଥିଲେ । ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆର୍ଶିବାଦ ଯୋଜନା ଉପରେ ସେଠାରେ ଉପସ୍ଥିତ ଥିବା ମେନେଜର ଓ କର୍ମକର୍ତ୍ତା ସହିତ ଆଲୋଚନା କରିଥିଲେ । ଅନ୍ତେବାସୀ ଶିଶୁ ସୁଭମ ନାଗଙ୍କ ବାପା ଗଣେଶ୍ୱର ନାଗ ଗତ ଜାନୁଆରୀ ୨୬ ତାରିଖ ଦିନ ଜିଲ୍ଲା କାରାଗାରଠାରେ ମୃତ୍ୟୁ ହୋଇଥିବାରୁ ଏବଂ ମାତା ପୁର୍ବରୁ ମୃତ୍ୟୁ ହୋଇଥିବାରୁ ମାସିକ ୩ ହଜାର ଟଙ୍କା ସେ ସରକାରଙ୍କଠୁ ପାଇବେ ବୋଲି ଜଣାଇଥିଲେ । ଜସବନ୍ତ ସୁନା ତଥା ଆକାଶ ସୁନା ଦୁଇ ଭାଇଙ୍କର ବାପାଙ୍କ ମୃତ୍ୟୁ ଯୋଗୁଁ ଉଭୟ ୧୫ ଶହ ଟଙ୍କା ମାସିକ ପାଇବେ ବୋଲି ଜଣାଇଥିଲେ । ଆଦୃତ ଚାଇଲ୍ଡ ହୋମର ପରିଚାଳକ ପାର୍ଥସାରଥି ପ୍ରତିହାରୀ ଓ ଅଧ୍ୟକ୍ଷ ବିଘ୍ନରାଜ ବନ୍ଛୋର, ମାନ୍ୟବର ସାଂସଦ ଓ କେଡିଆଙ୍କୁ ଏହି ଅନୁଷ୍ଠାନ ପରିଦର୍ଶନରେ ଆସିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।