ଛାତ୍ରଛାତ୍ରୀଙ୍କ ଶିଳ୍ପାନୁଷ୍ଠାନ ପରିଭ୍ରମଣ


ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ବ୍ଲକ କାନୁଟ ନୋଡାଲ ହାଇସ୍କୁଲ ଧନ୍ଦାମୂଳକ ଛାତ୍ରଛାତ୍ରୀମାନେ ଶିଳ୍ପାନୁଷ୍ଠାନ ପରିଭ୍ରମଣ କରିଛନ୍ତି । ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର କହଁର, ଧନ୍ଦାମୂଳକ ପ୍ରଶିକ୍ଷକ ସୁରେନ୍ଦ୍ର ସୁନା ଓ ନିୟତି ମେହେରଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଡି.ଆର୍‌. ମେହେର ହାଇସ୍କୁଲର ଦୁଇ ପ୍ରଶିକ୍ଷକ ସୌମ୍ୟରଞ୍ଜନ ପାତ୍ର ଓ ଆଶିଷ ସାମଲ ମଧ୍ୟ ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.