ommm
jittmm

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି ରାଉରକେଲା ଗସ୍ତରେ ଆସି ଛେଣ୍ଡଠାରେ ନିର୍ମାଣାଧୀନ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ପ୍ରକଳ୍ପ କାର୍ଯ୍ୟଖୁବ୍ ଶୀଘ୍ର ଶେଷ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ପାତ୍ରଙ୍କ ସହିତ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ଯୋଗ ଦେଇଥିଲେ । ପ୍ଲାନେଟେରିୟମ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି କହିଥିଲେ ଯେ ଏହି ପ୍ରକଳ୍ପ ଆଗାମୀ ଦିନରେ ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବା ଦିଗରେ ନିଶ୍ଚୟ ସହାୟକ ହେବ । ରାଉରକେଲାର ଏହା ଏକ ପ୍ରମୁଖ ଲୋକପ୍ରିୟ ସ୍ଥାନ ଭାବରେ ପରିଚୟ ପାଇବ । ଏହି ଅବସରରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.