ଆନ୍ତର୍ଜାତିକ ପର୍ବତାରୋହୀ ଲିପିକା ସେଠ ସମ୍ମାନୀତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ ଏମପାୱାର ମେଣ୍ଟ ବରଗଡ ତରଫରୁ ଭେଡେନ ବ୍ଲକ ଡାଲବ ପଞ୍ଚାୟତ କନ୍ଧପଡ଼ାର ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଯେଉଁ ସମୟରେ କରୋନା ୧୯ ପ୍ରଭାବ ବିସ୍ତାର କରି ସରକାରଙ୍କ ତରଫରୁ ଲକଡାଉନ, ସଟଡାଉନ ଓ ରାତ୍ରୀ କାଳୀନ କର୍ଫ୍ୟୁ ଜାରି କରାଯାଇଥିଲା, ସେହି ସମୟରେ ଲିପିକା ସେଠ୍ ପାଇଥିବା ଉତ୍ତରୀୟମାନଙ୍କୁ କାଟି ନିଜେ ସିଲେଇ ମେସିନ ସାହାଯ୍ୟରେ ମାକ୍ସ ତିଆରିକରି ଜନସାଧାରଣଙ୍କୁ ବଣ୍ଟନ କରୁଥିଲେ । ଏହି ସାମାଜିକ କାର୍ୟ୍ୟ ପାଇଁ ନିକଟରୁ ଅନେକ ପ୍ରଶଂସା ସାଉଁଟିଥିଲେ ଓ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଏପରି କାର୍ୟ୍ୟ କରିବା ପାଇଁ ତା‌ଙ୍କର ଶୁଭଚିନ୍ତକମାନଙ୍କ ଠାରୁ ପ୍ରେରଣା ପାଇଥିଲେ । ତାଙ୍କର ଏହିପରି କାର୍ୟ୍ୟକ୍ରମ ପାଇଁ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନସେବା କଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାରମେଣ୍ଟ ବରଗଡର ସମସ୍ତ ସଦସ୍ୟ ଓ ସଦସ୍ୟା ତରଫରୁ ଅନୁଷ୍ଠାନର ପ୍ରତିଷ୍ଠାତା ମୁକୁନ୍ଦ ଦାସ ଓ ସହଯୋଗୀ ସଦସ୍ୟ ତଥା ସାମ୍ବାଦିକ ଭବାନୀଶଙ୍କର ପାଢୀ ଥୁଆପାଲିର ଯୋଗ ଦେଇଥିଲେ ଓ ଲିପିକା ସେଠଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରିଥିଲେ ଏହା ସହିତ ଲିପିକା ସେଠଙ୍କ ଭବିଷ୍ୟତ ଉ‌ଜ୍ୱଳ ହେଉ ତାଙ୍କର ଆଶା ଓ ଆକାଂକ୍ଷା ପୂରଣ ହେଉ ବୋଲି କାମନା କରିଥିଲେ । ଲିପିକା ସେଠ୍ ଅଗ୍ରଣୀ ସାମାଜିକ ଜନକଲ୍ୟାଣ ସେବା ଟ୍ରଷ୍ଟ ଓ ଓମେନ୍ ଏମ ପାୱାର ମେଣ୍ଟର ସମସ୍ତ ସଦସ୍ୟ ସଦସ୍ୟା ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.