ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଆଲୋକ ନଗର ବାସିନ୍ଦା ପୀତବାସ ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାନୁମତୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ସ୍ଵର୍ଗତ ଭାନୁମତୀ ପଣ୍ଡା ଜଣେ ଧର୍ମପରାୟଣା ଓ ବନ୍ଧୁବତ୍ସଳା ମହିଳା ଭାବେ ଜଣାଶୁଣା ଥିଲେ । ପ୍ରାୟ ୮ ଦିନ ପୂର୍ବରୁ ସମ୍ବଲପୁରରେ ଏକ ବିବାହ ଉତ୍ସବରେ ଯୋଗଦେବା ବେଳେ ଶ୍ରୀମତୀ ପଣ୍ଡା ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ବୁର୍ଲା ସ୍ଥାନାନ୍ତର କରି ଭୁବନେଶ୍ୱରର ଏକ ଘରୋଇ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅପରେସନ ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଗତକାଲି ରାତି ପ୍ରାୟ ୯ଘଣ୍ଟା ୫୦ମି. ରେ ଭୁବନେଶ୍ୱର ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ତାଙ୍କର ସ୍ୱାମୀ ପୀତବାସ ପଣ୍ଡ।, ଏକମାତ୍ର ପୁତ୍ର ସଞ୍ଜିବ ପଣ୍ଡା (ଟିଙ୍କୁ) ତିନି ଝିଅ ସ୍ନିଗ୍ଧାମୟୀ, ସ୍ମିତା ଓ ସ୍ୱପ୍ନାଙ୍କ ସହ ଜ୍ୱାଇଁ ରିୟନ ରମାନାଥ, ବିନୟଙ୍କ ସମେତ ନାତି ନାତୁଣୀ ଉପସ୍ଥିତ ଥିଲେ । ଆଜି ସନ୍ଧ୍ୟା ୫ଟାରେ ସ୍ଥାନୀୟ ବିଭୂତିପଡ଼ା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ଅନୁଷ୍ଠିତ ହେବ ।