ରାଧାକୃଷ୍ଣ ଓ ଶିବମନ୍ଦିର ପୂଜକ ନିମାନନ୍ଦ ଥନାପତିଙ୍କ ପରଲୋକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ରାଧାକୃଷ୍ଣ ଓ ଶିବମନ୍ଦିର ତଥା ଯମୁନା ଗ୍ରାମର ଧବଳେଶ୍ଵର ଶିବମନ୍ଦିରର ବରିଷ୍ଠ ପୂଜକ ନିମାନନ୍ଦ ଥନାପତି(୬୬)ଙ୍କ ଶନିବାର ରାତିରେ ତାଙ୍କ ଯମୁନା ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ୨ ପୁଅ ଗୋପୀନାଥ, ଟିକୁ, ୨ ଝିଅ, ଜ୍ୱାଇଁ, ନାତିନାତୁଣୀ, ସମସ୍ତ ପରିବାର, ଆତ୍ମୀୟସ୍ୱଜନ, ଜ୍ଞାତିକୁଟୁମ୍ବ ଓ ଗ୍ରାମବାସୀ ଉପସ୍ଥିତ ଥିଲେ । ପରଲୋକ ଖବର ପାଇ ମୁରିବାହାଲ ରାଧାକୃଷ୍ଣ ଓ ଶିବମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଗଭୀର ଶୋକ ପ୍ରକାଶ କରିବା ସହ ଶବାଧାରରେ ସାମିଲ ହୋଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବଡ଼ପୁଅ ଗୋପୀନାଥ ଥନାପତି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.