ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲକୁ ପାନୀୟଜଳ ପ୍ରକଳ୍ପ ଦାନ କଲେ ପୂର୍ବତନ ଛାତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ୍ ଅନ୍ତର୍ଗତ ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନାରେ ପରିବର୍ତ୍ତନ-ସ୍ମାର୍ଟ କ୍ଲାସ ପ୍ରଚଳନ ହୋଇଛି । ସାବୁଳିଆ ଷ୍ଟୁଡେଣ୍ଟ ନୋଡାଲ ହାଇସ୍କୁଲ ଏବେ ଉନ୍ନୀତ ଓ ମାର୍ଜିତ ହୋଇଛି । ଏହି ବିଦ୍ୟାଳୟରେ ବିଦ୍ୟାର୍ଜନ କରି ଅନେକ ଛାତ୍ରଛାତ୍ରୀ ବହୁ ସୁନାମ ଆଣିଛନ୍ତି । ସରକାରୀ ଉଚ୍ଚପଦାଧିକାରୀ ଓ ସେନାବାହିନୀରେ ମଧ୍ୟ ଚାକିରି କରି ଦକ୍ଷତା ପ୍ରତିପାଦନ କରି ଏହି ବିଦ୍ୟାଳୟର ଏବଂ ନିଜ ଜନ୍ମମାଟିର ଗୌରବ ଆଣିପାରିଛନ୍ତି । ଅତି ନିକଟରେ ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ୧୯୮୩ ମାଟ୍ରିକ ବ୍ୟାଚରେ ଅଧ୍ୟୟନ କରିଥିବା ଶ୍ରୀମାନ ଘନଶ୍ୟାମ ମଲ୍ଲିକ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀ ମଲ୍ଲିକ ଭାରତୀୟ ଅବକାରୀ ଓ ପ୍ରଚଳନ ବିଭାଗରେ ସହକାରୀ ଆୟୋଗରେ ଅବତୀର୍ଣ୍ଣ ହୋଇଛନ୍ତି । ନିଜ ବିଦ୍ୟାଳୟରେ ଯୋଗଦେଇଥିବା ୧୯୮୩ ମସିହା ଆଲୁମିନେଟ ବ୍ୟାଚ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ନିଜସ୍ୱ ସ୍ବେଚ୍ଛାକୃତ ଦାନରେ ନିର୍ମିତ ଏକ ପାନୀୟ ଜଳ ପ୍ରକଳ୍କୁ ପୂର୍ବତନ ଛାତ୍ର ଘନଶ୍ୟାମ ମଲ୍ଲିକଙ୍କ କରକମଳରେ ଉକ୍ତ ଶିକ୍ଷାନୁଷ୍ଠାନ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ପ୍ଲାଷ୍ଟିକ, ପଲିଥିନ ମୁକ୍ତ ସମାଜ ଗଠନ ନିମନ୍ତେ ଶ୍ରୀ ମଲ୍ଲିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ମହଲରେ ସଚେତନତାର ବାର୍ତ୍ତା ଦେଇଥିଲେ । ପ୍ରଧାନ ଶିକ୍ଷକ ପ୍ରଫୁଲଚନ୍ଦ୍ର ଦାଶ୍ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶେଷରେ ଏହି ଆଲୁମିନେଟ ବ୍ୟାଚକୁ ଧନ୍ୟବାଦ ଓ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.