om academy

ପାଣି ଘେରରେ ଆଗଲପୁର ବ୍ଲକ ଡେଙ୍ଗଜୁରୀ ଗାଁ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଆଗଲପୁର ବ୍ଲକ ଡେଙ୍ଗଜୁରୀ ଗାଁ ଚାରିପଟେ ପାଣି ଘେରି ଯାଇଛି । ଗ୍ରାମର ଗୋଟିଏ ପଟେ ନଦୀ ଓ ଆଉ ଗୋଟିଏ ପଟେ ଘେସାଲୀ ଜୋର ବହି ଯାଉଥିବାରୁ ବର୍ଷା ଜନିତ ବନ୍ୟା ପାଣି ଗାଁକୁ ମାଡି ଆସିଛି । ପାଣି ଘେରରେ ଥିବା ଖବରପାଇ ଆଗଲପୁର ତହସିଲଦାର ସୁଶ୍ରୀ ସରୋଜା ବେହେରା ଡେଙ୍ଗଜୁରୀ ଗାଁକୁ ଦୀର୍ଘ ୩ କିଲୋମିଟର ପାଣି କାଦୁଅରେ ଚାଲି ଚାଲି ପହଞ୍ଚି ପାଣି ଘେରରେ ରହିଯାଇଥିବା ଲୋକଙ୍କୁ ସାକ୍ଷାତ କରି ସମସ୍ତ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ପରେ ପରେ ଆଗଲପୁର ବିଡିଓ ଶଂକର କେରକେଟା ଓ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଗାଁରେ ପହଞ୍ଚି ଥିବା ବେଳେ ଫାୟାର ଗାଡି ଦ୍ୱାରା ପାଣି ଘେରରେ ରହିଯାଇଥିବା ଲୋକଙ୍କୁ ଉଦ୍ଧାର କରିବା ସହ ସ୍କୁଲ ଗୃହରେ ଆଶ୍ରୟ ଦିଆଯାଇଛି । ରିଲିଫର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ବୁଦୁଲା ପଂଚାୟତ ସରପଂଚ ଶ୍ରୀମତୀ ରୀନା ପଧାନ, ସେବା ସମବାୟ ସଭାପତି ଚିନ୍ତାମଣି ଭୋଇ ଗାଁରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରକାଶ ଯୋଗ୍ୟଯେ, ଗାଁ ପାଖ ଦେଇ ଯାଇଥିବା ଘେସାଲି ଜୋର ଉପରେ ଆଡିବନ୍ଧ କାମ କରାଯାଇଛି । ଯାହାଫଳରେ ବନ୍ୟା ପାଣି ନିଷ୍କାସନ ହୋଇପାରୁ ନାହିଁ । ତେଣୁ ଆଗାମୀ ଦିନରେ ଗ୍ରାମବାସୀ କିପରି ବନ୍ୟା ଦାଉରୁ ରକ୍ଷା ପାଇବେ, ସେ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.