ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡ଼ିଆରେ ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଳ କଳା ମଣ୍ଡଳ ପଡ଼ିଆରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ପଲ୍ଲୀଶ୍ରୀ ମେଳା । ମହିଳାମାନଙ୍କୁ ରୋଜଗାରକ୍ଷମ କରିବାକୁ ଲକ୍ଷ୍ୟ ନେଇ ପ୍ରତିବର୍ଷ ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇଥାଏ । ଜିଲ୍ଲା ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ମହିଳାମାନେ ଏହି ପଲ୍ଲୀଶ୍ରୀ ମେଳାରେ ବେଶ ବେପାର ଜମିଥିବା କୁହାଯାଉଛି । କୋଶଳ କଳା ମଣ୍ଡଳ ପଡ଼ିଆରେ ୫ ଦିନ ଧରି ପଲ୍ଲୀଶ୍ରୀ ମେଳା ଆୟୋଜିତ ହୋଇôତଲା । ଓରାମାସ ଦ୍ଵାରା ଆୟୋଜିତ ହୋଇଥିବା ଏହି ବ୍ୟବସାୟିକ ପ୍ରଦର୍ଶିନୀ ମେଳାରେ ଦେଶର ୧୫ଟି ରାଜ୍ୟ, ଓଡ଼ିଶାର ୩୦ଟି ଜିଲ୍ଲାରୁ ୨୫୦ଦଳ ଭାଗ ନେଇଥିଲେ । ୨୫୦ ଦଳରେ ମୋଟ ୪୩୦ ମହିଳା ରହିଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ, ଆସାମ, ମଣିପୁର, ପଞ୍ଜାବ, କାଶ୍ମୀର, ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ମହାରାଷ୍ଟ୍ର, ଛତିଶଗଡରୁ ବ୍ୟବସାୟୀମାନେ ଯୋଗ ଦେଇଥିଲେ । ଖାଦ୍ୟସାମଗ୍ରୀ, ପରିଧାନ ବସ୍ତ୍ର, ଘରକରଣା ସାମଗ୍ରୀ, ସୋନ୍ଦର୍ଯ୍ୟୀ କରଣ ସାମଗ୍ରୀ ସବୁ ପ୍ରଦର୍ଶିତ ହୋଇଥିଲା । ପଲ୍ଲୀଶ୍ରୀ ମେଳାର ୫ ଦିନରେ ୧କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ କମଲେନ୍ଦୁ ପଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.