ଡେଲାଙ୍ଗରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମହାନ ରାଷ୍ଟ୍ରଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ପୁର୍ଣ୍ଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଵାଧୀନ ସେବା ଚାରିଏଟବୁଲ ଟ୍ରଷ୍ଟ ଏବଂ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର, ଡେଲାଙ୍ଗ ମିଳିତ ଆନୁକୂଲ୍ୟରେ ଗଡବେଗୁନିଆପଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜୁନ୍‌ ୨୯ ବୁଧବାର ପୂର୍ବାହ୍ନରେ ବରିଷ୍ଠ ସାମ୍ବାଦିକ ତଥା ଆବାହକ ପ୍ରସନ୍ନ ତ୍ରିପାଠୀଙ୍କ ତତ୍ଵାବଧାନରେ ମହାସମାରୋହରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ସ୍ଥିତ ଗୋପବନ୍ଧୁଙ୍କ ସମେତ ଅନ୍ୟାନ ମହାପୁରୁଷଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଳିଙ୍ଗ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରତିମା ପାତ୍ର, ମୁଖ୍ୟବକ୍ତା ରୂପେ ଯୁବ ସମାଜସେବୀ ତଥା ସ୍ୱାଧୀନସେବା ଚାରିଏଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଶଶିଶେଖର ରାୟ, ସମ୍ମାନିତ ଅତିଥି ରୂପେ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାରର ପରିଚାଳନା ନିର୍ଦ୍ଦେଶକ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ସାମ୍ବାଦିକ ଚିତ୍ତରଞ୍ଜନ ଜେନା, ଶିକ୍ଷକ ଅଭିମନ୍ୟୁ ସିଙ୍ଗ, ଶରତଚନ୍ଦ୍ର ସିଙ୍ଗ, ଦିନେଶ କୁମାର ବେହେରା, ସୁଚିତ୍ରା ପରିଡା, ସାମାଜିକ କର୍ମୀ ପ୍ରକାଶ ପାତ୍ର, ସ୍କୁଲ ପରିଚାଳନା କମିଟି ସଭାପତି ମାନସ ରଞ୍ଜନ ନରେନ୍ଦ୍ର ଓ ଉପସଭା ନେତ୍ରୀ ପ୍ରତିମା ବେହେରା ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ, ଆଦର୍ଶ, ସେବା ଉପରେ ଆଲୋକପାତ କରିଥିଲେ । ଏଥିସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ଓ ସେବକ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ଅଭିମନ୍ୟୁ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଭାବେ ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘନିପୂର ପରିସରରେ ବୁଧବାର ଅପରାହ୍ନରେ ମେକ୍ ଇନ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର ଡେଲାଙ୍ଗ ଓ ସ୍ୱାଧୀନ ସେବା ଚାରିଏଟବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଜଣାଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମଁଜୁସା କୁମାରୀ ଦେଇ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ, ସମ୍ମାନିତ ଅତିଥି ରୂପେ ଚିତ୍ତରଞ୍ଜନ ଜେନା, ଶିକ୍ଷକ ବନମାଳୀ ସାହୁ, ଅକ୍ଷୟ କୁମାର ପଣ୍ଡା, ସସ୍ମିତା ବଳବନ୍ତରାୟ, ସୁରେନ୍ଦ୍ର ବେହେରା, ରବୀନ୍ଦ୍ର କୁମାର ସିଙ୍ଗ, ସୁନନ୍ଦା କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ଜୀବନୀ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଗୋପବନ୍ଧୁଙ୍କ ସେବା ଓ ସେବକ ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା ପତ୍ର ଓ ପୁରଷ୍କାର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଶେଷରେ ଶିକ୍ଷକ ବନମାଳୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.