ବନ ମହୋତ୍ସବ ପାଳିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅତାବିରା ବ୍ଲକର କୁଲିତା ଟୁକୁରା ଗ୍ରାମ ପଞ୍ଚାୟତରେ ରବିବାର ଦିନ ଛୋଟ ମୋର ଗାଁଁ ଟି, ମାଉଣ୍ଟ ଏକ୍ସପ୍ଲୋର, ଏବଂ ମାଁ ପନ୍ଥେଇ ଚାରିଟେବୁଲ ଟ୍ରଷ୍ଟର ମିଳିତ ଉଦ୍ୟମରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଯୁବକ ଏବଂ ବୟୋଜ୍ୟେଷ୍ଠ ଗୁରୁଜନ ଯୋଗଦାନ କରିଥିଲେ । କୁଲିତା ଟୁକୁରା ହାଇସ୍କୁଲ ଠାରୁ କୁଳେର ଜୋର ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ୧୦୦୦ ଗୋଟି ବୃକ୍ଷରୋପଣ କରାଗଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି ୧୨ ଗୋଟି ପ୍ରଜାତିର ବୃକ୍ଷରୋପଣ କରାଯାଇଛି ଯଥା ଡାଳିମ୍ବ, ଆମ୍ବ, ବଉଳ, କୃଷ୍ଣଚୂଡ଼ା, ଅର୍ଜୁନ, କଦମ୍ବ, ବଢିଆଲ, ବର, ପିପଳ, ବେଲ, ଆଇଁଳା ଏବଂ ଟଗର । ଏହି କାର୍ଯ୍ୟକ୍ରମ ଜରିଆରେ କୁଲିତା ଟୁକୁରା ଗ୍ରାମବାସୀ ସୂଚନା ଦେଇଛନ୍ତି ଯେ, ପ୍ରତ୍ୟେକ ମନୁଷ୍ୟ ବୃକ୍ଷରୋପଣ କରିବା ଉଚିତ୍‌ । ଶେଷରେ ମାଉଣ୍ଟ ଏକ୍ସପ୍ଲୋରର ସଦସ୍ୟ ଗଣ ଏହିପରି କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ସବୁ ବର୍ଷ କରିବେ ବୋଲି ମନ୍ତବ୍ୟ ରଖି କାର୍ଯ୍ୟକ୍ରମ ସମାପ୍ତ କରିଥିଲେ ।

Leave A Reply

Your email address will not be published.