oom

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

jsmm

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ହରିରାଜପୁର ଗ୍ରାମ ପଞ୍ଚାୟତର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଟାଙ୍ଗୀଭସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହେବା ସହିତ ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇଥିଲା । ଉକ୍ତ ଦିବସ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ମିଶ୍ର । ଏହି ସଭାରେ ଉପସ୍ଥିତ ଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ସଖୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗନ୍ଧର୍ବରାଜ ମହାନ୍ତି, ଗ୍ରାମର ବରିଷ୍ଠ ନାଗରିକ ବୈକୁଣ୍ଠ ନାଥ ସାହୁ, ବିଦ୍ୟାଳୟ ମାତୃ କମିଟିର ସଦସ୍ୟା, ନିଖିଳ ଉତ୍କଳପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ଡେଲାଙ୍ଗର ସଭାପତି ମିଟୁ କିଶୋର ପ୍ରଧାନ, ଶିକ୍ଷକ ସୁଧୀର କୁମାର ଜେନା ପ୍ରଭୃତି ଯୋଗ ଦେଇଥିଲେ । ବକ୍ତାମାନେ ମହିଳାମାନେ କିଭଳି ସଶକ୍ତ ହୋଇ କାର୍ୟ୍ୟ କରିବେ ସେଥିପାଇଁ ଗୁରୁତ୍ଵ ଦିଆଯାଇଥିଲା । ମିଟୁ କିଶୋର ପ୍ରଧାନ ପ୍ରତ୍ୟେକ ମହିଳାମାନଙ୍କୁ ବୃକ୍ଷ ଚାରା ଦେବା ସହିତ ବିଦ୍ୟାଳୟ ପରିସରରେ ନଡ଼ିଆ ଚାରା ଓ ସ୍ଵର୍ଣ୍ଣ ଚମ୍ପା ଚାରା ରୋପଣ କରାଯାଇଥିଲା । ସର୍ବ ଶେଷରେ ସଖୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.